-+91-9937148622 |
prerana_bgr@rediffmail.com |
Wednesday 11th March 2026 |
R.N.I. Regd No. ODIODI/2010/46693
Breaking News
23-Jan-2025
ନବରଙ୍ଗପୁର(ମିହିର ଶଙ୍କର ପାତ୍ର)
ପାପଡ଼ା ହାଣ୍ଡି ବ୍ଳକର ବିଭିନ୍ନ ବିଦ୍ୟାଳୟରେ ଦେଶ ପ୍ରେମୀ ସୁବାଷ ବୋଷ ଙ୍କ ଡାକରା ର ଆଜାଦ ହିନ୍ଦ ଫୌଜ , କର ବା ମର ଡାକରା, ମୋତେ ରକ୍ତଦିଅ ମୁଁ ତୁମକୁ ସ୍ଵାଧୀନତା ଦେବି ଏଭଳି ବାର୍ତ୍ତା କୁ ମନେ ପକାଇ ପ୍ରଧାନ ଶିକ୍ଷକ ସମୁହ ନେତାଜୀଙ୍କୁ ଫୁଲ ଓ ମାଲ ଅର୍ପଣରେ ଡୁମୁରି ପଦର ସରକାରୀ ପ୍ରାଥମିକ ବିଦ୍ୟାଳୟ,ପକନା ଗୁଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପାଳନ ହୋଇଛି । ପାପଡ଼ାହାଣ୍ଡି ବ୍ଳକର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବ ପ୍ରସାଦ ପଣ୍ଡା ନିଜସ୍ଵ ହାତରୁ ମୂର୍ତ୍ତି ସମୁହ ତିଆରି କରି ଦିବସ ପାଳନରେ ପ୍ରତି ମୂର୍ତ୍ତିରେ ମାଲ୍ୟ ଅର୍ପଣ କରି ସମସ୍ତଙ୍କ ପାଇଁ ପ୍ରେରଣା ସାଜିଛନ୍ତି ।କୁନି ପିଲାମାନେ ନେତାଜୀ ଜୟନ୍ତି ପାଳନରେ ମୁଁ ବି ସୁବାଷ ବୋଷ ହେବି ଏଭଳି ଚିନ୍ତା ଧାରାର ଉଦ୍ଭଟ ପାଇଁ ଶିକ୍ଷକ ଓ ସି .ଆର.ସି.ସି .ର କାର୍ଯ୍ୟ ଧାରାକୁ ବିଦ୍ୟାଳୟର ପରିଚ଼ାଳନା କମିଟି ଓ ଗ୍ରାମବାସୀ ପ୍ରଶଂସା କରିଥିଲେ