-+91-9937148622 |
prerana_bgr@rediffmail.com |
Monday 10th August 2026 |
R.N.I. Regd No. ODIODI/2010/46693
Breaking News
12-Jan-2021
ରେଢ଼ାଖୋଲ, (ଅନିଲ କୁମାର ପୃଷ୍ଟି) : ଆଜି ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଳକ ମୋଚିବାହାଲ ପଞ୍ଚାୟତ ବ୍ରାହ୍ମଣୀପାଲି ଗ୍ରାମର ସିଦ୍ଧେଶ୍ବର ବାବା ହାଇସ୍କୁଲରେ ୟୁଥ୍ ଫର ସେବାର ୧୦ତମ ବାର୍ଷିକୀ ଅବସରରେ ଜାତୀୟ ଯୁବ ଦିବସ ପାଳିତ ହୋଇ ଯାଇଛି ।ଏଥିରେ ମୁଖ୍ୟ ଅତିଥିଭାବେ ସିଦ୍ଧେଶ୍ବର ବାବା ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶଙ୍କର୍ଷଣ ପ୍ରଧାନ ନିମନ୍ତ୍ରିତ ଅଥିତି ଭାବେ ଶ୍ରୀଯୁକ୍ତ ବୈଷ୍ଣବ ପ୍ରଧାନ, ମୁଖ୍ୟ ବକ୍ତା ଭାବେ ସିଦ୍ଧେଶ୍ବର ବାବା ହାଇସ୍କୁଲର ଶିକ୍ଷକ ଶ୍ରୀଯୁକ୍ତ କନ୍ଦର୍ପ ପ୍ରଧାନ ଯୋଗ ଦେଇ ବିବେକାନନ୍ଦଙ୍କ ଜୀବନୀ ଓ ତାଙ୍କର ଅମୁଲ୍ୟ ଅବଦାନ ବିଷୟରେ ଯୁବ ସମାଜକୁ ଉଦବୋଧନ ଦେଇଥିଲେ । ଏହି ସଭାରେ ୧୫ ଜଣ ଗରିବ ପିଲାଙ୍କୁ ସ୍କୁଲ ବ୍ୟାଗ, ଖାତା, ପେନ ଓ ମାସ୍କ ବଣ୍ଟନ କରା ଯାଇଥିଲା ଓ ୧୫ ଜଣ ସ୍ବେଛାସେବୀ ଯୋଗ ଦେଇ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସମ୍ବଲପୁର ଜିଲ୍ଲା ଏସଡିପି ପ୍ରଣବ ନାରାୟଣ ନାୟକ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଲିପନ କୁମାର କର୍ମୀ ଅନୁକୂଳ ପ୍ରଧାନ, ବେଣୁଧର ମିର୍ଦ୍ଧା, ଦୁର୍ୟୋଧନ ସ୍ୱାଇଁ , ଉଗ୍ରସେନ ବେହେରା ଉପସ୍ଥିତ ଥିଲେ ।