-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
12-Jan-2021
ସମ୍ବଲପୁର, (ସଂଜୀବ କୁମାର ପାଣିଗ୍ରାହୀ): ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଲକ ଅନ୍ତର୍ଗତ ବାହାମ ଗ୍ରାମରେ ହାତୀଉପଦ୍ରବ ଥମିବାର ନାଁ ନେଉନାହିଁ ଗତ ଦୁଇ ଦିନ ପୂର୍ବରୁ ଗ୍ରାମରେ ଏକ ହାତୀପଶିଆସି ଉପଦ୍ରବ କରିଥିବାବେଲେ ଗତକାଲି ରାତି ୧:୩୦ ରେ ପୁଣି ଏକ ଦନ୍ତାହାତୀ ବାହାମଗ୍ରାମକୁ ପଶିଆସି ଗ୍ରାମର ,ଲକ୍ଷ୍ମଣ ମହାନା,ସଂଜୀବ ନାଥ,ସନ୍ତୋଷ ସାହୁଙ୍କ ଘର କବାଟ ଭାଙ୍ଗିବା ସହିତ ଜଗବନ୍ଧୁ ପାରିମାଣିକ ଙ୍କ ଦୋକାନ ଘର କବାଟ ଭାଙ୍ଗି ଧାନଖାଇଦେଇଥୀବା ଅଭିଯୋଗ ହୋଇଛି l ଗ୍ରାମବାସୀ ନିଆଁହୁଲା ଫିଙ୍ଗିବା ପରେ ମଧ୍ଯ ହାତୀଟି ଗ୍ରାମରୁ ଯାଇନଥିଲା ଦୀର୍ଘ ଏକ ଘଣ୍ଟାର ଉପଦ୍ରବପ ପରେ ପଡିଆବାହାଲ ବନବିଭାଗ କର୍ମଚାରୀ ଆସି ଦନ୍ତାହାତୀକୁ ଘଉଡାଇଥିବା ସୂଚନା ରହିଛି l