-+91-9937148622 |
prerana_bgr@rediffmail.com |
Monday 23rd March 2026 |
R.N.I. Regd No. ODIODI/2010/46693
Breaking News
16-Jan-2025
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ଅଦିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସୋନପୁର ଠାରେ ଅଧ୍ୟକ୍ଷା ଲିଖିତା ପଟ୍ଟନାୟକ ଙ୍କ ସଭାପତିତ୍ବ ରେ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟର ଚେୟାରମେନ ଡ. ଜ୍ୟୋତିରଞ୍ଜନ ବହିଦାର ଯୋଗ ଦେଇ ସ୍ବାମୀ ବିବେକାନନ୍ଦ ଙ୍କ ଜୀବନ ଦର୍ଶନ ଉପରେ ଆଲୋଚନା କରି ଛାତ୍ର ଛାତ୍ରୀ ମାନଙ୍କ ବ୍ୟବହାରିକ ଓ ଦାୟିତ୍ଵ କୁ ବିକାଶ କରିବା ପାଇଁ ଉଦବୋଧନ ଦେଇଥିଲେ। ସମ୍ମାନୀତ ଅଥିତି ଭାବରେ ଜିଲ୍ଲା ଯୁବ ରେଡକ୍ରସ୍ ସଂଯୋଜକ ଉମାକାନ୍ତ ନାଗ ଯୋଗଦେଇ ରାଷ୍ଟ୍ର ଗଠନ ରେ ଯୁବ ଗୋଷ୍ଠିଙ୍କ ଭୂମିକା ବିଷୟରେ ଆଲୋଚନା କରିଥିଲେ। ବିଦ୍ୟାଳୟର ଇଂରାଜୀ ବିଭାଗ ର ଅଧ୍ୟାପକ ଆର୍ତ୍ତତ୍ରାଣ ଥାନପତି, ରାଜନୀତି ବିଭାଗର ଅଧ୍ୟାପିକା ଲଭଲିଶ୍ରୀ ମିଶ୍ର,ପ୍ରଥମ ବର୍ଷର ଛାତ୍ରୀ ସାଙ୍କେତିକା ପଣ୍ଡା, ପ୍ରତୀକ୍ଷା ଖମାରୀ ଓ ଦ୍ଵିତୀୟ ବର୍ଷ ର ଛାତ୍ରୀ ବାସନ୍ତୀ ଗୁପ୍ତା ସ୍ବାମୀ ବିବେକାନନ୍ଦ ଙ୍କ ଅବଦାନ ଉପରେ ବକ୍ତବ୍ୟ ରଖିଥିଲେ। ବିଦ୍ୟାଳୟର ୱ।ଆର୍ ସି ସତ୍ୟନାରାୟଣ ପଣ୍ଡା ସଭା ସଂଯୋଜନା କରିଥିଲେ। ଅଧ୍ୟାପକ ଚିନ୍ମୟନନ୍ଦ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପକ ମୁନ୍ନା ମହାକୁର, ଗୋବିନ୍ଦ କର୍ମୀ, ଅଧ୍ୟାପିକା ବନାନୀପୁଷ୍ପିତା ପାତ୍ର ଏଵଂ ଅଣ ଶିକ୍ଷକ କର୍ମଚାରୀ ସୁନିଲ ମିଶ୍ର ଓ ମୀନକେତନ କର୍ମୀ ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।