-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
14-Jan-2025
ଯାଜପୁର/ବରୀ(ରଞ୍ଜିତ ମହାନ୍ତି): ସ୍ପୋର୍ଟ ଆଣ୍ଡ ଆଡ଼ଭାଇଜର କ୍ଲବ ଆନୁକୂଲ୍ୟରେ ଅଲିଆବାଦ ସ୍ଥିତ ମିନି ଷ୍ଟାଡିୟମ ଠାରେ କେନ୍ଦ୍ରାପଡା ର ମଦ୍ରାସା ଅର୍ବୟା ତାଲମୂଲ ଇସଲାମ କ୍ଲବ ଓ ଆୟୋଜକ ଅନୁଷ୍ଠାନ କ୍ଲବ ମଧ୍ୟରେ ଏହି ମ୍ୟାଚ ଅନୁଷ୍ଠିତ ହୋଇଥିଲା।ଉକ୍ତ ମ୍ୟାଚ ରେ କେନ୍ଦ୍ରାପଡା କ୍ଲବ କୁ ୧-୦ ରେ ହରାଇ ବରୀ ବିଜୟଲାଭ କରିଥିଲା।ଏହି ମ୍ୟାଚ ଟି କୁ ଅନୁଷ୍ଠାନର ପ୍ରଶିକ୍ଷକ ତାଜୁବୁଦ୍ଦିନ ଖାନ ପରିଚାଳନା କରିଥିଲେ।ଖେଳ ଶେଷ ହେବା ପରେ ନବ ନିର୍ମାଣ କୃଷକ ସଂଘର ନେତା ନରହରି ଦାସଙ୍କ ସଭାପତିତ୍ୱରେ ଶିକ୍ଷକ ନେତା କର୍ଣ ଚନ୍ଦ୍ର ଘଡେଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମକରର୍ଧ୍ୱଜ ସାହୁ ମୁଖ୍ୟ ବକ୍ତା,ଅଭିରାମ ମହଲା,ପ୍ରଦୀପ ଘଡେଇ,ଶୈଳବାଲା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ଏହି ଖେଳ କୁ ଆୟୋଜନ କରିବା କ୍ଷେତ୍ରରେ ଯୁବ ସମାଜସେବୀ ତରୁଣ ଦାସ,ଶ୍ରୀକାନ୍ତ ଦାସ,ସଞ୍ଜୟ ଦାସ,ମହେନ୍ଦ୍ର ଜେନାଙ୍କ ସମେତ ଅନୁଷ୍ଠାନର ସଭ୍ୟ ସଭ୍ୟା ମାନେ ସହଯୋଗ କରିଥିଲେ।