-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
11-Jan-2025
ବୌଦ୍ଧ ବୁଟୁପାଲି ଠାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ବାଇକ ଦୁର୍ଘଟଣା ଘଟିଛି l ଦୁର୍ଘଟଣାରେ ୩ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି l ଗୁରୁତର ଆହତ ୩ ଜଣଙ୍କୁ ବୁର୍ଲା ମେଡିକାଲ କଲେଜ କୁ ସ୍ଥାନାନ୍ତର କରାଯାଇଛି l ୩ ବାଇକ ଆରୋହୀ ହେଉଛନ୍ତି ବୌଦ୍ଧ ବୁଟୁପାଲି ଅଞ୍ଚଳ ର ଆୟୁଷ ମେହେର, ଆଦର୍ଶ ମେହେର ଓ ସୁଭମ ମେହେର। ସୂଚନା ପ୍ରକାରେ ଏକ ବାଇକ ଯୋଗେ ୩ ଜଣ ବୌଦ୍ଧ ସହର ଆଡକୁ ଦ୍ରୁତଗତିରେ ଆସୁଥିଲେ l ରାସ୍ତା ପାର୍ଶ୍ୱରୁ ଏକ ବୋଲେରୋ ପିକଅପ ରାସ୍ତା ଉପରକୁ ଆସିଯିବାରୁ ବାଇକ ଚାଳକ ଭାରସାମ୍ୟ ହରାଇଥିଲେ , ଅନ୍ୟପକ୍ଷରେ ବୋଲେରୋ ଟି ମଧ୍ୟ ବାଇକ ଉପରକୁ ମାଡିଯାଇଥିଲା l ଦୁର୍ଘଟଣାରେ ଗୁରୁତର ଆହତ ୩ ଜଣକୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ଜିଲା ମୁଖ୍ୟ ଚିକିସ୍ଛାଳୟ କୁ ନିଆଯାଇଥିଲା l ମାତ୍ର ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ ବୁର୍ଲା ମେଡିକାଲ କଲେଜ କୁ ସ୍ଥାନାନ୍ତର କରାଯାଇଛି l ବୌଦ୍ଧ ପୋଲିସ ଖବର ପାଇଁ ଘଟଣାସ୍ଥଳରେ ପହଂଚିବା ସହ ତଦନ୍ତ କରୁଛି l
(ଦେବବ୍ରତ ଦାସଙ୍କ ରିପୋର୍ଟ)