-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
11-Jan-2025
ଆଗଲପୁର, (ବିନୋଦ ଦୀପ) ଆଗଲପୁର ବ୍ଲକ ର ଆଗଲପୁର ସ୍ଥିତ କଲ୍ୟାଣ ମଣ୍ଡପ ରେ ବ୍ଲକ୍ ସ୍ତରୀୟ ଲୋକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ବଂଶୀଧର ବେହେରା ଯୋଗ ଦେଇଥିଲେ l ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ନନ୍ଦଳାଲ ପଟେଲ୍, ବ୍ରଜକିଶୋର ଘିବେଲା, ବରୁଣ ଶତପଥୀ ଓ ଅଭିମନ୍ୟୁ ମିଶ୍ର ଯୋଗ ଦେଇଥିଲେ l ବ୍ଲକ କଳାକାର ସଂଘ ର ଉପ ସଭାପତି ଶ୍ରୀ ସୂର୍ଯ୍ୟକାନ୍ତ ବେହେରା ଓ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସୁଶାନ୍ତ ମହାକୁର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆଜିର ଲୋକ ଉତ୍ସବ ଅତି ସୁନ୍ଦର ଭାବରେ ପରିଚାଳିତ ହୋଇଥିଲା l ଆଜିର ଲୋକ ଉତ୍ସବ ରେ ସର୍ବ ମୋଟ 41 ଗୋଟି ଦଳ ନିଜ ନିଜ କଳା ପ୍ରଦର୍ଶନ କରିଥିଲେ।ବିଶେଷ କରି ଗଣ୍ଡା ବାଜା, ନଚନିଆ, କୀର୍ତ୍ତନ, ସମ୍ପ୍ରଦା, ହୁମୋ ଗୀତ, ବାଦ୍ୟ, ନୃତ୍ୟ ଇତ୍ୟାଦି ପରିବେଷଣ ହୋଇଥିଲା l କଳାକାର ମାନେ ଅତି ଉତ୍ସାହ ର ସହିତ ନିଜ ନିଜ କଳା ପ୍ରଦର୍ଶନ କରିଥିଲେ l