-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
11-Jan-2025
ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ) ଆଜି ବଲାଙ୍ଗିର ଜିଲ୍ଲା ବେଳପଡ଼ା ବ୍ଲକ ପ୍ରାଥମିକ ଶିକ୍ଷକ ନୂତନ କାର୍ଯ୍ୟକର୍ତ୍ତା ଚୟନ ହୋଇଛନ୍ତି। ପୂର୍ବତନ ସଭାପତି ନରେଶ କୁମାର ସେଠ ଙ୍କ ଅଧ୍ୟକ୍ଷତାରେ ବେଳପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ୨୦୧୮ ବ୍ୟାଚ ର ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ସ୍ଵାଗତ କରାଯାଇଥିଲା। ଏବଂ ବେଳପଡ଼ା ବ୍ଲକ ପ୍ରାଥମିକ ଶିକ୍ଷକ ନୂତନ କାର୍ଯ୍ୟକର୍ତ୍ତା ଚୟନ କରାଯାଇଥିଲା। ନୂତନ ସଭିପତି ଭାବେ ଦୁର୍ଯ୍ୟୋଧନ ଚିରାଙ୍ଗୁନ, ଉପ ସଭାପତି ଯୁଧିଷ୍ଠିର ବର୍ଗେ, ଚିନ୍ତାମଣୀ ପାଢୀ, ସଂପାଦକ ଅଶୋକ କୁମାର ଛତ୍ରିଆ, ସହ ସଂପାଦକ ବିଶ୍ବନାଥ ପ୍ରଧାନ, ଖଗେଶ୍ୱର ହରପାଲ, କୋଷାଧ୍ୟକ୍ଷ ରଘୁନାଥ ପରୁଆ, ସହ କୋଷାଧ୍ୟକ୍ଷ ଗୁରୁବାରୁ ଧରୁଆ, ଗଣମାଧ୍ୟମ ସଂଯୋଜକ ପ୍ରଭୁଦାସ କୁମାର, ବାସୁଦେବ କୁମାର, ପ୍ରମୋଦ କୁମାର, ସମୀକ୍ଷକ ବନଦେବ ପାଢୀ, ପରାମର୍ଶ ଦାତା ଦେବାନନ୍ଦ ମେହେର, ବୁଡୁ ବାଗ, ଯୁବରାଜ ବିଭାର,ଲୋହିତ ଗଡତିଆ, ଜନଜୀବନ ଖମାରୀ, ତୁଳାରାମ ମାଝୀ,ଜୟଦେବ ପାଣିଗ୍ରାହୀ, ସବ୍ୟସାଚୀ ବର୍ଗେ ଖଜେନ୍ଦ୍ର ପାତ୍ର, ଭୂବନ ଧରୁଆ, ଙ୍କୁ ସମସ୍ତ ଶିକ୍ଷକ ଚୟନ କରିଥିଲେ। ଉକ୍ତ ବୈଠକ ରେ ମୁଖ୍ଯ ଅତିଥି ଭାବେ ରାଜ୍ଯ ସଭାପତି କନ୍ହେଇ ଚରଣ ଠାକୁର ଓ ଜିଳ୍ଲା ସଂଯୋଜକ ଯଶୋବନ୍ତ କୁମାର ପ୍ରମୁଖ ଉପସ୍ଥିତ ଥିଲେ।