-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
25-Dec-2024
କଣ୍ଟାମାଳ(ଜୟ କୁମାର ମହାରଣା): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ର ୨୬ ଜଣ କନିଷ୍ଠ ଶିକ୍ଷକ 6 ବର୍ଷ ଠିକା ରେ କାମ କରିବା ପରେ ୨୧୧୨୨୪ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦେଶ ଆଧାରରେ କଣ୍ଟାମାଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ସନୋଜ କୁମାର ସେଠି ଙ୍କ ଦ୍ୱାରା ନିୟମିତ ନିଯୁକ୍ତି ପତ୍ର ଗ୍ରହଣ କରିଛନ୍ତି l ଏଥି ପାଇଁ କନିଷ୍ଠ ଶିକ୍ଷକ ସଂଘ ତରଫରୁ ସଭାପତି ପ୍ରଣବ କୁ ବାଘ, ସମ୍ପାଦକ ଶିବନାଥ ପଣ୍ଡା କୋଷାଧକ୍ଷ ଦେବପ୍ରସାଦ ସାହୁ, ସହସମ୍ପାଦିକା ଭାଗ୍ୟଶ୍ରୀ ବିଶ୍ୱାଳ,ସୁଷମା ମାଝୀ, ରାଜୀବ ସାହୁ, ଦୁଷ୍ମନ୍ତ ସାହୁ ତଥା ଅନ୍ୟାନ୍ୟ ଶିକ୍ଷକ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ଅଶେଷ ଧନ୍ୟବାଦ ଜ୍ଞାପନ କରି, ଆଗାମୀ ଦିନରେ ଶିକ୍ଷା ରେ ଉନ୍ନତି ରେ ନିଜକୁ ସାମିଲ କରି ନିଜର ଦାୟିତ୍ୱ ସୁଚାରୁ ରୂପେ ସମ୍ପାଦନ କରିବେ ବୋଲି କହିଛନ୍ତି |ଏହି ଅବସରରେ କଣ୍ଟାମାଳ ହାଇସ୍କୁଲ ଠାରେ ଏକ ସଭାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସନୋଜ କୁମାର ସେଠି,ବି ଆର ସି ସି ଦୁର୍ଗା ଚରଣ ପ୍ରଧାନ, ଏବିଇଓ ଲକ୍ଷ୍ମୀ ମଲିକ, ବରିଷ୍ଠ କିରାଣୀ ସୁଦାମ ମିଶ୍ର ଯୋଗଦେଇ ନୂତନ ଭାବେ ନିୟମିତ ହୋଇଥିବା ଶିକ୍ଷକ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ନିଷ୍ଠାପର ଭାବେ କାର୍ଯ୍ୟ କରିବାକୁ ବିଇଓ ଶ୍ରୀ ସେଠି କହିଥିଲେ |