-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
25-Dec-2024
କଣ୍ଟାମାଳ(ଜୟ କୁମାର ମହାରଣା): କଣ୍ଟାମାଳ ଡାକ ବଙ୍ଗଳାଠାରେ ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ଦମ୍ବରୁଧର କଅଁର ଙ୍କ ନେତୃତ୍ୱରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ଙ୍କ ଜନ୍ମଦିବସକୁ ସୁଶାସନ ଦିବସ ରୂପେ ପାଳନ କରାଯାଇଛି ! ଏହି ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଥମେ ବାଜପେୟୀ ଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ! ଅନ୍ୟ ମାନଙ୍କ ମଧ୍ୟରେ ବିଜେପିର ସକ୍ରିୟ ସଭ୍ୟ ଠାକୁର ଚରଣ ନାୟକ ବାଜପେୟୀ ଙ୍କ ଜୀବନୀ ଓ ସୁଶାସନ ଦିବସ ଉପରେ ଅଭିଭାଷଣ ରଖିଥିଲେ ! ଏହି କାର୍ଯ୍ୟକ୍ରମ ରେ ସୁଶୀଲ ପ୍ରାଣିଗ୍ରାହୀ,ରାଜୀବ ମିଶ୍ର,ଅନଙ୍ଗ ପ୍ରଧାନ, ଅଶୋକ ଖଟୁଆ, ମହେନ୍ଦ୍ର ସାହୁ, ବିଜୁ ସାହୁ, ଝାଂସାରୀ ବାଘ, ଉମେଶ କହଁର, ଗୋବର୍ଦ୍ଧନ ମିଶ୍ର, କରୁଣା ପୋଢ଼, ସୁବାସ ସେଠି, ବାବୁଲୁ ବଢିଆ, ମନୋରଞ୍ଜନ ବାରିକ, ଯୁଗେଶ୍ୱର ବଘାର, ସମେତ ବିଜେପି ର ସଦସ୍ୟ ମାନେ ଯୋଗ ଦେଇ ଥିଲେ l