-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
25-Dec-2024
ନବରଙ୍ଗପୁର -(ମିହିର ଶଙ୍କର ପାତ୍ର)
ଦେଶର ଅଗ୍ରଣୀ ଅନୁଷ୍ଠାନ National Center for Financial Education ( NCFE ) ଓ ଯୁବ ରେଡକ୍ରସ ଆନୁକୂଲ୍ୟରେ ଉପଭୋକ୍ତା ଦିବସ ପାଳନ ଅବସରରେ ସ୍ମାର୍ଟ ଗୁରୁକୁଳ ଡିଗ୍ରୀ କଲେଜ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସଚେତନତା ଏବଂ ଉପଭୋକ୍ତା ତାଲିମ (FACT) ପ୍ରଦାନ କରାଯାଇଛି । ଏହି ପ୍ରଶିକ୍ଷଣ NCFE ଦ୍ୱାରା ପରିଚାଳିତ ଏକ ଜାତୀୟ ସ୍ତରୀୟ ସେମିନାର ଅଟେ । ଶ୍ରୀ ଦିଲ୍ଲୀପ କୁମାର ହୋତା SEBI / NCFE ର ଜାତୀୟ ସ୍ତରୀୟ ସମ୍ବଳ ପ୍ରଶିକ୍ଷକ ଭାବେ ଆର୍ଥିକ ସାକ୍ଷରତା ଉପରେ ସଞ୍ଚୟ, ବିନିଯୋଗ, ବୀମା, ସାଇବର ଜାଲିଆତି, କ୍ୟାସଲେସ୍ ଇଣ୍ଡିଆ, ମ୍ୟୁଚୁଆଲ୍ ଫଣ୍ଡ ଇତ୍ୟାଦି ଉପରେ ଛାତ୍ର ଛାତ୍ରୀମାନଙ୍କୁ ବିସ୍ତୃତ ଧାରଣା ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ ସ୍ମାର୍ଟ ଗୁରୁକୁଳ କଲେଜ ର ଏଓ ଶ୍ରୀ ବାବୁଲା ଦଣ୍ଡସେନା , ଅଧ୍ୟକ୍ଷ ଶ୍ରୀ ଅମିତ୍ ମହାପାତ୍ର, ଯୁବ ରେଡକ୍ରସ୍ କାଉନସିଲର ଶ୍ରୀ ଲିଟନ କୁମାର ବାରିକ୍ ସହ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ର ଛାତ୍ରୀ ଯୋଗଦାନ ଦେଇ କାର୍ଯ୍ୟକ୍ରମ କୁ ସୂଚାରୁ ରୂପେ ସମ୍ପାଦନ କରି ଥିଲେ। ଏହି କାର୍ଯ୍ୟକ୍ରମ ଆର୍ଥିକ ସାକ୍ଷରତା ଉପରେ ଏକ ଯୁଗାନ୍ତକାରୀ ପଦକ୍ଷପ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ ।