-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
24-Dec-2024
ବରୀ,ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ରୁଦ୍ରପୁର ଗ୍ରାମର ସାରସ୍ୱତ ସାଧକ ତଥା "ଯାଜିପୁର ଜ୍ୟୋତି" ପତ୍ରିକାର ସମ୍ପାଦକ ମଧୁସୂଦନ ସାହୁଙ୍କ ସ୍ମୃତିଚାରଣ ସଭା ଭୁବନ ମୋହନ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃତିଚାରଣ ସଭାରେ ସନ୍ତୋଷ କୁମାର ନନ୍ଦ, ସନ୍ଥଶ୍ରୀ ସୁବିଦ କୁମାର, ଡକ୍ଟର ଅଜୟ କୁମାର ଜେନା, ପ୍ରତାପ କୁମାର ଦାସ, ମନୋଜ କୁମାର ଦାସ, ରତିକାନ୍ତ ତ୍ରିପାଠୀ, କାର୍ତିକ ଚନ୍ଦ୍ର ସ୍ୱାଇଁ, ବସନ୍ତ କୁମାର ସାହୁ, ବିପିନ କୁମାର ରାୟ, ଡ଼ ପ୍ରଭାସ କୁମାର ଜେନା, ବସନ୍ତ କୁମାର ଜେନା, ବିଜୟ କୁମାର ସାହୁ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ସାହୁଙ୍କ ସ୍ମୃତିଚାରଣ କରିଥିଲେ। ସଭା ପ୍ରାରମ୍ଭରେ ସ୍ୱର୍ଗତ ସାହୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ପରେ ନିରବ ପ୍ରାର୍ଥନା କରାଯାଇଥିଲା
(ବରୀ ପ୍ରତିନିଧି ରଞ୍ଜିତ ମହାନ୍ତି)