-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
24-Dec-2024
ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକଅନ୍ତର୍ଗତ ସାଲେଭଟାର ସରସ୍ୱତୀ ଶିଶୁବିଦ୍ୟାମନ୍ଦିରର ରଜତଜୟନ୍ତି ଉତ୍ସବ ସୋମବାରଦିନ ଉଦଘାଟିତ ହୋଇଯାଇଛି । ସୋମବାର ସକାଳେ କମିଟିର ସଭ୍ୟ/ସଭ୍ୟାମାନେ ସ୍ଥାନୀୟ ଚଣ୍ଡିମନ୍ଦିରରୁ ଜ୍ୟୋତି ଓ ଆଜ୍ଞାମାଳ ଆଣି ମଞ୍ଚରେ ସ୍ଥାପନ କରିଥିଲେ । ଦିନ ୧୧ଟାରେ ବେଳେ ପୂର୍ବତନ ସାଂସଦ ବାଳଗୋପାଳ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଉଦଘାଟକ ଭାବରେ ବରେଣ୍ୟ ଅତିଥି ବିଦ୍ୟାବାଚସ୍ପତି ପଦ୍ମଶ୍ରୀ ଡ.ଶ୍ରନୀବାସ ଉଦଗାତା ଯୋଗଦେଇ ଉତ୍ସବକୁ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବରେ ବଲାଙ୍ଗୀର ବିଧାୟକ କଳିକେଶନାରାୟଣ ସିଂଦେଓ,ବରିଷ୍ଠ ସାମ୍ବାଦିକ ରବି ଦାସ, ଶିକ୍ଷାବିକାଶ ସମିତି ଦକ୍ଷିଣ-ପଶ୍ଚିମ ସଂମ୍ଭାଗର ସଭାପତି ବେଲାରସିଂ ଭୋଇ,ଜିଲ୍ଲାପରିଷଦ ସଭ୍ୟା ବୀଣାପାଣି ଦାସ ଓ ମୁଖ୍ୟବକ୍ତା ଭାବରେ ବରିଷ୍ଠ ସାମ୍ମାଦିକ ତଥା ଲେଖକ ରୁବେନ ବାନାର୍ଜି ଯୋଗଦେଇଥିଲେ । ଆୟୋଜକ କମିଟିର ସଭାପତି ଗଙ୍ଗାଧର ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ସଂପାଦକ ସୁଦୀପ କୁମାର ପଣ୍ଡା ଓ ପ୍ରଧାନଆଚାର୍ଯ୍ୟ ମହାଦେବ ମେହେର ମଞ୍ଚାସୀନ ଥିଲେ । ଏହି
ଅବସରରେ ରୌପ୍ୟଜୟନ୍ତିର ସ୍ମରଣୀକା ଅଙ୍ଗପ୍ରଭାକୁ ଅତିଥିଗଣ ଉନ୍ମୋଚନ କରିଥିଲେ । ଏହା ସହିତ ସାଲେଭଟା ଉଚ୍ଚବିଦ୍ୟାଳୟର ପୂର୍ବତନ ଶିକ୍ଷକ ନବୀନକିଶୋର ଗହୀର ଓ ଯୁବନେତା ଆକାଶ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଠିକ ସେହିପରି ସାଂଧ୍ୟକାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବରେ ଶିକ୍ଷା ବିକାଶ ସମିତିର କୋଷାଧ୍ୟକ୍ଷ ଦତ୍ତାନନ୍ଦ ପଣ୍ଡା,ସମ୍ମାନୀତ ଅତିଥି ଭାବରେ ଆଗଲପୁର ବ୍ଲକଅଧ୍ୟକ୍ଷା ଗୀତାଞ୍ଜଳି ଦାସ, ଉପାଧ୍ୟକ୍ଷା ନୀରୂପମା ପଧାନ,ପରିଚାଳନା କମିଟିର ସଂପାଦକ ସୁଦୀପ କୁମାର ପଣ୍ଡା ଓ ପ୍ରଧାନଆଚାର୍ଯ୍ୟ ମହାଦେବ ମେହେର ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ସଭାପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଇସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।