-+91-9937148622 |
prerana_bgr@rediffmail.com |
Monday 27th April 2026 |
R.N.I. Regd No. ODIODI/2010/46693
Breaking News
24-Dec-2024
ଅତାବିରା(ଆକାଶ ମିଶ୍ର ) ଗଣିତ ବିଷୟରେ ସଚେତନତା ସୃଷ୍ଟି କରିବା, ପିଲାମାନଙ୍କ ମଧ୍ୟରେ ଗଣିତ ପ୍ରତି ସଚେତନତା ଏବଂ ଆଗ୍ରହ ସୃଷ୍ଟି କରିବା ଉଦ୍ଦେଶ୍ୟରେ ତଥା ବିଶ୍ୱର ସର୍ବଶ୍ରେଷ୍ଠ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କୁ ମନେ ରଖି ତାଙ୍କୁ ସମ୍ମାନିତ କରିବା ଏବଂ ତାଙ୍କ ଅବଦାନ ବିଷୟରେ ସଚେତନତା ସୃଷ୍ଟି କରିବାକୁ ଆଜି ୨୨ ଡିସେମ୍ବର ରେ ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଜାତୀୟ ଗଣିତ ଦିବସ ପାଳିତ ହୋଇଯାଇଛି। ପ୍ରଧାନ ଆଚାର୍ଯ୍ୟଙ୍କ ମୁକୁନ୍ଦ ମହାରଣାଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଏହି ଦିବସ ପାଳନ ଅବସରରେ ପୂର୍ବତନ ଉପ ସଭାପତି ଶ୍ରୀଯୁକ୍ତ ବୃନ୍ଦାବନ ସାହୁ ଦୀପ ପ୍ରଜ୍ବଳନ ପୂର୍ବକ ସମସ୍ତଙ୍କ ଶୁଭ କାମନା କରିଥିଲେ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ମହାରଣା ଅତିଥି ଅଧିକାରୀଙ୍କ ପରିଚୟ ପ୍ରଦାନ କରିଥିଲେ ଓ ଶିଶୁ ମାନଙ୍କୁ ମାର୍ଗ ଦର୍ଶନ ଦେଇଥିଲେ। କାର୍ଯ୍ୟକ୍ରମକୁ ତାପସ ଭୋଇ ପରିଚାଳନା କରିଥିବାବେଳେ କ୍ଷୀରସାଗର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଶିଶୁ ଭାଇ ଭଉଣୀ ମାନଙ୍କ ଦ୍ବାରା ଜାତୀୟ ଗଣିତ ଦିବସ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।