-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
22-Dec-2024
(ଡୋଲେଶ୍ୱର ବାଗ )
ନୂଆପଡ଼ା ଜିଲ୍ଲା ଖଡିଆଳ ପବ୍ଲିକ ସ୍କୁଲର ୩୩ ତମ ବାର୍ଷିକ ଉତ୍ସବ *ଉମଙ୍ଗ*-୨୦୨୪ ଅନୁଷ୍ଠିତ ହୋଇଯାଇଅଛି। ଏହି ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ଯୋଗ ଦେଇ ଶିକ୍ଷା ସମାଜ ର ମେରୁଦଣ୍ଡ, ଶିକ୍ଷିତ ଯୁବ ସମାଜ ବିକଶିତ ରାଷ୍ଟ୍ର ଗଠନର ମୂଳଦୁଆ ଅଟେ ବୋଲି ମତବ୍ୟକ୍ତ କରିଛନ୍ତି। ପରିଚାଳନା ସଭାପତି ଡ଼ ଫାନିନ୍ଦମ୍ ଦେଓ ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନିତ ଅତିଥି ରୂପେ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ, ନଗର ଅଧ୍ୟକ୍ଷା ଉଜ୍ଜଳ ଗୁପ୍ତା, ପରିଚାଳନା ଉପ ସଭାପତି ବିନୋଦ ଅଗ୍ରୱାଲ, ସ୍କୁଲ ଅଧ୍ୟକ୍ଷ ଏସ. ଶ୍ରୀନିବାସ ବାର୍ଷିକ ବିବରଣୀ ପାଠ କରିଥିଲେ।ସ୍କୁଲ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବଣ୍ଟନ କରିଥିଲେ।ଶେଷ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କୌଣସି ସ୍କୁଲ ର ବାର୍ଷିକ ଉତ୍ସବ ବିଦ୍ୟାର୍ଥୀଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଗୁଣ ଓ ପ୍ରତିଭାର ଉନ୍ମୋଚନ ଓ ସମୀକ୍ଷା ର ଦିନ ଅଟେ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ।