-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
21-Dec-2024
ବରଗଡ:(ନିରଞ୍ଜନ ତ୍ରିପାଠୀ)-ସୋହେଲା ବ୍ଳକ ଅନ୍ତର୍ଗତ କନଗାଁ କ୍ଲଷ୍ଟରର ସପ୍ତମ ମାସିକ ବୈଠକ ସରକାରୀ ପ୍ରାଥମିକ ବିଦ୍ୟାଳୟ ପିପଲଖୁଣ୍ଟା ଠାରେ ଅନୁଷ୍ଠିତ ହୋଇ ଯାଇଛି । କନଗାଁ ସିଆରସିସି କେଦାରନାଥ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କ୍ଲଷ୍ଟରର ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଏଫ ଏଲ ଏନ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ଥିଲେ । ସଭା ପ୍ରାରମ୍ଭରେ ବୁଡ଼ାମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବୁଦ୍ଧଦେବ ସାହୁ ଏବଂ ପିପଲଖୁଣ୍ଟା ପ୍ରାଥମିକ ବିଦ୍ୟାଳୟର ଚେୟାରମେନ ପ୍ରମୋଦ ବରିହା ମାଁ ସରସ୍ଵତୀଙ୍କ ଫଟୋଚିତ୍ର ସମ୍ମୁଖରେ ଦୀପ ପ୍ରଜ୍ବଳନ କରିଥିଲେ । ପ୍ରଧାନଶିକ୍ଷକ ସୁରେନ୍ଦ୍ର ବୁଧିଆ ସମସ୍ତଙ୍କୁ ସ୍ବାଗତ କରିଥିଲେ । ଏହାପରେ ଭାଷା ଓ ଗଣିତର ଶିକ୍ଷଣ ଫଳାଫଳ, ପାଠ୍ଯ ଯୋଜନାର ସୋପାନ, ଏକକ ଓ ବହୁ ଶ୍ରେଣୀରେ ଶିକ୍ଷାଦାନ, ସି ଆର ଏ ପଦ୍ଧତି, ଡିକୋଡିଂ, ଶିକ୍ଷଣ ସୋପାନ ପ୍ରଭୃତି ବିଷୟରେ ଆଲୋଚନା ହୋଇଥିଲା । ମଧ୍ଯାହ୍ନ ଭୋଜନ ପରେ ସି ଆର ସି ସି କେଦାରନାଥ ସାହୁ ଶିକ୍ଷଣ ସାମଗ୍ରୀ ନେଇ ଭଗ୍ନାଂଶ ଓ ଭଗ୍ନସଂଖ୍ଯା ବିଷୟରେ ଆଦର୍ଶ ଶିକ୍ଷାଦାନ ପ୍ରଦାନ କରିଥିଲେ । ଶେଷରେ ସହକାରୀ ଶିକ୍ଷକ ଲଲିତ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।