-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
21-Dec-2024
ବରଗଡ:(ନିରଞ୍ଜନ ତ୍ରିପାଠୀ)-ବରଗଡ଼ କାଳୀ ମନ୍ଦିର ପ୍ରାଙ୍ଗଣରେ ସ୍ବୟଂପ୍ରଭା ସାହିତ୍ୟ ସଂସଦ ଆନୁକୁଲ୍ୟରେ ଶୁକ୍ରବାର ସଂପାଦିକା ଶ୍ରୀମତୀ କମଳିନୀ ଦେବୀଙ୍କ ଅଧ୍ୟକ୍ଷତାରେ ସଂସଦର ସହ ସଂପାଦିକା ଶ୍ରୀମତୀ ସନ୍ତୋଷିନୀ ଦାଶଙ୍କ ରଚିତ ଷଷ୍ଠ କବିତା ସଂକଳନ "ଜୀବନ ଯମୁନା" ଉନ୍ମୋଚିତ ହୋଇଥିଲା । ଶ୍ରୀମତୀ ବିଷ୍ଣୁପ୍ରିୟା ପଣ୍ଡା ସ୍ବାଗତ ସଙ୍ଗୀତ ଗାନ କରିଥିଲେ । ଅନୁଷ୍ଠାନର ବରିଷ୍ଠା ସଦସ୍ୟା କବୟତ୍ରୀ- ଶ୍ରୀମତୀ ବାସନ୍ତୀ ଗୁରୁ,ଜୀବନ ଯମୁନା କବିତା ସଂକଳନ ଉପରେ ନିଜର ଅଭିବ୍ୟକ୍ତି ରଖି ସମୀକ୍ଷା କରି ଥିଲେ ।ଏହି ଅବସର ରେ ସଂସଦର ସଦସ୍ୟା ଗଣ ସ୍ବରଚିତ କବିତା ଆବୃତ୍ତି କରିଥିଲେ । କବିତା ହିଁ ଜୀବନକୁ ସରସ ସୁନ୍ଦର କରିପାରେ ବୋଲି ମତ ପ୍ରକାଶ ପାଇଥିଲା ।ଏହି ଅବସର ରେ ଶ୍ରୀମତୀ କମଳିନୀ ଦେବୀ, ସନ୍ତୋଷିନୀ ଦାଶ, କବିତା ଦେବତା,ମୀନା ପଣ୍ଡା, ସୁନୀତା ମିଶ୍ର, ଜ୍ୟୋତ୍ସ୍ନାମୟୀ ଦାଶ, ରାଧାରାଣୀ ପଟ୍ଟନାୟକ, ବାସନ୍ତୀ ଗୁରୁ, ବିଷ୍ଣୁପ୍ରିୟା ପଣ୍ଡା,ଜୟଶ୍ରୀ ଖାଡଙ୍ଗା, ସୁଜାତା ପଣ୍ଡା,ମିନତୀ ଦାଶ,ସାଗରୀକା ପାଣିଗ୍ରାହୀ, ସନ୍ତୋଷିନୀ ନାଗ, ସଂଗୀତା ଦୀପ, ନିରୂପମା ଶତପଥି,ନବନୀତା ମହାପାତ୍ର ପ୍ରଭୃତି ଯୋଗ ଦେଇ ସ୍ୱ ରଚିତ କବିତା ପାଠ କରିଥିଲେ ।କବିତା ଦେବତା ଧନ୍ୟବାଦ୍ ଅର୍ପଣ କରିଥିଲେ ।