-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
21-Dec-2024
ବୌଦ୍ଧ(ଦେବବ୍ରତ ଦାଶଙ୍କ ରିପୋର୍ଟ):-ଭିଜିଲାନ୍ସ ହାବୁଡ଼ରେ ଦୁଇ ଟେକଷ୍ଟାଇଲ ଇନ୍ସପେକ୍ଟର । ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଲା ବୌଦ୍ଧ ଭିଜିଲାନ୍ସ ଟିମ । ବାଉଁସୁଣି ଥାନା ଅନ୍ତର୍ଗତ ବୌଦ୍ୟନାଥ ପୁର ଗଜାନନ ତନ୍ତ ସମବାୟ ସମିତି ର ୧୩ ଲକ୍ଷ ୩୧ ହାଜର ଟଙ୍କା ସୁପାରିସ୍ ନିମନ୍ତେ ସଂପାଦକ ପଞ୍ଚାନନ ମେହେର ଙ୍କ ଠାରୁ ନେଉଥିଲେ ୧୦ହଜାର ଟଙ୍କା ଲାଞ୍ଚ । ଦୁଇ ଟେକଷ୍ଟାଇଲ ଇନ୍ସପେକ୍ଟର ହେଲେ କୃଷ୍ଣଚନ୍ଦ୍ର ସାହୁ ଓ ଆଦିତ କୁମାର ଦାସ । ଦୁଇ ଜଣ ରହୁଥିବା ବୌଦ୍ଧ ସ୍ତିତ ଭଡା ଘରେ ଜଗାନନ୍ଦ ବିହାର ଓ
ରଥସାଇ ଭଡାଘରେ ଚଢ଼ାଉ ଜାରିରହିଛି ଭିଜିଲାନ୍ସ ଟିମ । ସୂଚନା ମୁତାବକ ବାଉଁଶୁଣି ଗଜାନନ ତନ୍ତ ସମବାୟ ସମିତି ର ତନ୍ତ ସାମଗ୍ରୀ କିଣିବା ପାଇଁ ୧୩ ଲକ୍ଷ ୩୧ ହାଜର ଟଙ୍କା ସହାୟତା ରାଶି ଆସିଛି । ଏହି ଅର୍ଥରାଶି କୁ ପାସ
କରାଇଦେବା ପାଇଁ ସମବାୟ ସମିତିର ସମ୍ପାଦକ ଙ୍କ ଠାରୁ ଦୁଇଜଣ ଟେକଷ୍ଟାଇଲ ଇନ୍ସପେକ୍ଟର ମିଶି ୧୦ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଆଜି ପୂବ ଯୋଜନା ମୁତାବକ ଲାଞ୍ଚ ନେବା ସମୟରେ ଦୁଇଜଣ ବାବୁ ଭିଜିଲାନ୍ସ ହାବୁଡ଼ରେ ପଡ଼ିଥିଲେ । ଭିଜିଲାନ୍ସ ବୌଦ୍ଧ ଦୁଇଜଣ ଙ୍କ ନାମରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତାଙ୍କ ବୌଦ୍ଧ କାର୍ଯ୍ୟଳୟ ସହ ବାସଭବନ ରେ ରେଡ଼ କରି ପରେ ଭିଜିଲାନ୍ସ ଅଫିସ ରେ ଜେରା କରୁଛି ।