-+91-9937148622 |
prerana_bgr@rediffmail.com |
Sunday 3rd May 2026 |
R.N.I. Regd No. ODIODI/2010/46693
Breaking News
20-Dec-2024
ବଲାଙ୍ଗିର: ପିପି ଏକାଡେମୀର ହୀରକ ଜୟନ୍ତୀ ଉତ୍ସବ ୨୧ ଡିସେମ୍ବରରୁ ଆରମ୍ଭ ହେବ। ଏହି ଉତ୍ସବ ଆୟୋଜନ ପାଇଁ ସ୍କୁଲର ପୁରାତନ ଛାତ୍ରମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି । ଉତ୍ସବରେ ଉପ ମୁଖ୍ୟମନ୍ତ୍ରୀ ଭାବେ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଦିନ ୧୦ ଘଣ୍ଟା ୩୦ମି ସମୟରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବେ । ସମ୍ମାନୀତ ଅତିଥି ଭାବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଗଣଶିକ୍ଷା ଓ ଅନୁସୂଚୀତ ଜାତି ଜନଜାତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟବକ୍ତା ଭାବେ ପ୍ରଫେସର ଡଃ ନଚିକେତା ଖମାରୀ ଶର୍ମା, ଅତିଥି
ଭାବେ ବଲାଙ୍ଗୀର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଯୋଗଦେବେ ବୋଲି ଡାଇମଣ୍ଡ ଜୁବୁଲି କମିଟୀ ପକ୍ଷରୁ ହେମନ୍ତ କୁମାର ପଣ୍ଡା ଜଣାଇଛନ୍ତି l ସାଂଧ୍ୟ ଅଧିବେଶନରେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂଦେଓ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ପୌରାଧ୍ୟକ୍ଷା ଲିକା ସାହୁ ବକ୍ତା ଭାବେ ପ୍ରେମଚାନ୍ଦ ମହାନ୍ତି ଦ୍ୱିତୀୟ ଦିନ ତଥା ୨୨ ଡ଼ିସେମ୍ବରରେ ରାଜ୍ୟସଭା ସଦସ୍ୟ ନିରଞ୍ଜନ ବିଶି, ସମ୍ମାନୀତ ଅତିଥି ଭାବେ ଡ଼ଃ ଅଶ୍ବିନୀ ପୂଜାରୀ, ମୁଖ୍ୟବକ୍ତା ଭାବେ ଅରିବିନ୍ଦ ଦାଶ ଯୋଗଦେବା କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ଡାଇମଣ୍ଡ ଜୁବଲି କମିଟି ପକ୍ଷରୁ ଏକ ସ୍ମରଣିକା ମଧ୍ୟ ପ୍ରକାଶିତ ହେବାକୁ ଯାଉଛି l ସେହିଦିନ ସଂଧ୍ୟା ଅଧିବେଶନରେ ମୁଖ୍ୟ ଅତିଥି ଭାବେ ସାଂସଦ ସଂଗୀତା କୁମାରି ସିଂଦେଓ, ସମ୍ମାନୀତ ଅତିଥିଭାବେ ପୂର୍ବତନ ମନ୍ତ୍ରୀ ତଥା ବିରୋଧୀଦଳ ପୂର୍ବ ନେତା ନରସିଂହ ମିଶ୍ର, ସମ୍ବାଦର ପ୍ରତିଷ୍ଠାତା ସୌମ୍ୟରଞ୍ଜନ ପଟ୍ଟନାୟକ ଓ ମୁଖ୍ୟବକ୍ତା ଭାବେ ସାଧାରଣ ଉଦ୍ୟୋଗ ବିଭାଗର ସ୍ୱତନ୍ତ୍ର ସଚିବ ନିହାର ରଞ୍ଜନ ଦାଶ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ପତିତ ପାବନ ଏକାଡ଼େମୀରେ ପୁରାତନ ଛାତ୍ର ଓ ବର୍ତ୍ତମାନର ଛାତ୍ର ମାନଙ୍କ ମଧ୍ୟରେ ଉତ୍ସବର ମାହୋଲ ଆରମ୍ଭ ହୋଇ ଯାଇଛି । ଉତ୍ସବରେ ଯୋଗ ଦେବାକୁ ବଲାଙ୍ଗିର ବାହାରେ ରହୁଥିବା ବହୁ ପୁରାତନ ଛାତ୍ର ବଲାଙ୍ଗିର ପହଞ୍ଚିବାରେ ଲାଗିଛନ୍ତି ବୋଲି ଡ଼ାଇମଣ୍ଡ ଜୁବଲି କମିଟିର ଉପସଭାପତି ହେମନ୍ତ କୁମାର ପଣ୍ଡା ସୂଚନା ଦେଇଛନ୍ତି l