-+91-9937148622 |
prerana_bgr@rediffmail.com |
Saturday 15th August 2026 |
R.N.I. Regd No. ODIODI/2010/46693
Breaking News
10-Jan-2021
କଟକ, (ଦୀପକ କୁମାର ଷଡଙ୍ଗୀ): କଟକ ଜିଲ୍ଲା ସାଲେପୁର ବ୍ଳକ ରାମେଶ୍ଵର ସମବାୟ ସମିତି ପକ୍ଷରୁ ସ୍ଥାନୀୟ ବିଧାୟକ ପ୍ରଶାନ୍ତ ବେହେରାଙ୍କ ଦ୍ଵାରା ଧାନ ମଣ୍ଡି ଉଦ୍ଘାଟିତ ହୋଇଯାଇଛି।
ଚାଷୀ ମାନେ ଏହି ମଣ୍ଡିରେ ଧାନ ଦେବା ପାଇଁ ବ୍ୟବସ୍ଥା ହୋଇଥିଲାବେଳେ ଅନେକ ଚାଷୀ ଟୁକନ୍ ପାଇନଥିବା ଅଭିଯୋଗ ହୋଇଛି l କେତେକ ଚାଷୀ ଏବେବି ଧାନ ମଣ୍ଡି ଖୋଲିଥିବା ନେଇ ଅବଗତ ନଥିବା ସୂଚନା ମିଳିଛି। ଶାସକ ଦଳ ନେତାଙ୍କ ଦ୍ବାରା ମନୋନୀତ ଚାଷୀଙ୍କୁ ଟୁକନ୍ ଦିଆଯାଉଥିବା ଚର୍ଚ୍ଚା ହେଉଛି । ପ୍ରକୃତ ଚାଷୀ ମାନଙ୍କ ପାଖରେ ଏହି ସୁବିଧା ପହଞ୍ଚି ପାରୁନଥିବା ଚର୍ଚ୍ଚା ହେଉଛି। ଏହି ସମବାୟ ସମିତି ଉପରେ ରାମେଶ୍ଵର,ମାଳ,ନର୍ଦା ତିନୋଟି ଗ୍ରାମପଞ୍ଚାୟତ ର ଚଷୀ ନିର୍ଭର କରୁଥିବା ବେଳେ ୧୯୯୯ ମହାବାତ୍ୟା ରେ ଭାଙ୍ଗିପଡିଥିବା ଚଷୀ ମାନଙ୍କ ଏହି ଅନୁଷ୍ଠାନ କୁ କୋଡ଼ିଏ ବର୍ଷ ଧରି ଶାସନ କରୁଥିବା ରାଜ୍ୟ ସରକାର ଏବଂ ଉଦ୍ଘାଟନ କରିଥିବା ବିଧାୟକ ଘର ମରାମତି ଉପରେ ଦୃଷ୍ଟି ନପକାଇ ମଣ୍ଡି ଉଦ୍ଘାଟନ କରିବା ଚାଷୀ ମାନଙ୍କ ପାଇଁ ଉପହାସ ବୋଲି କଟକ ଜିଲ୍ଲା ବିଜେପି ସଭାପତି ଉଲ୍ଲାସ ଚନ୍ଦ୍ର ଜେନା ପ୍ରକାଶ କରିଛନ୍ତି।