-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
14-Dec-2024
ବଲାଙ୍ଗିର, ୧୪ ଡିସେମ୍ବର - ଆଜି ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର କନ୍ଧପାଲି ପଡା ଯାହା ରାଜେନ୍ଦ୍ର ଯୁବକ ସଂଘ ଦ୍ୱାରା ପରିଚାଳିତ ତରଫରୁ ଏକ ଅଣ ସଂକ୍ରାମକ ସ୍ୱାସ୍ଥ୍ୟ ଶିବିର ରାଷ୍ଟ୍ରୀୟ ଲୋକ ଅଦାଲତ ଅବସରରେ ସିଭିଲ କୋର୍ଟ ଠାରେ ଅନୁଷ୍ଠିତ ହେଇଥିଲା। ଏହି ସ୍ବାସ୍ଥ୍ୟ ଶିବିରରେ ମାଗଣା ଔଷଧ ଓ ମାଗଣା ରକ୍ତ ପରୀକ୍ଷା କରାଯିବା ସହ ଡାକ୍ତର ପରାମର୍ଶ ସେବା ଯୋଗାଇ ଦିଆଯାଇଥିଲା। ଏହି ଶିବିରରେ ସ୍ଥାନୀୟ ଆଶା କର୍ମୀ, ମହିଳା ସ୍ବାସ୍ଥ୍ୟକର୍ମୀ ଓ ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ତ ଷ୍ଟାଫ ଯୋଗ ଦେଇଥିଲେ। ଏହି ସ୍ବାସ୍ଥ୍ୟ ଶିବିରରେ ଡାକ୍ତର ନନ୍ଦ କିଶୋର ପାଢ଼ି, ମୁଖ ଓ ଦାନ୍ତ ବିଶେଷଜ୍ଞ ଶ୍ରେୟସ ପାଣିଗ୍ରାହୀ ଯୋଗ ଦେଇଥିଲେ।
ଏହି ସ୍ବାସ୍ଥ୍ୟ ଶିବିରଟିକୁ ଜିଲ୍ଲା ସ୍ବାସ୍ଥ୍ୟ କାର୍ଯ୍ୟାଳୟ ତରଫରୁ ଡାକ୍ତର ଦିବ୍ୟ କିଶୋର ପତି ଓ ରାମାନୁଜ ପଣ୍ଡା ତଦାରଖ କରିଥିଲେ। ଏହି ସ୍ବାସ୍ଥ୍ୟ ଶିବିରରେ ୧୦୦ ରୁ ଉର୍ଦ୍ଧ ରୋଗୀ ମାଗଣା ସେବା ଲାଭ କରିଥିଲେ। ଉକ୍ତ ସ୍ବାସ୍ଥ୍ୟ ଶିବିରଟି ସୁଚାରୁ ରୂପେ ପରିଚାଳିତ ହୋଇଥିଲା।