-+91-9937148622 |

prerana_bgr@rediffmail.com |

  Wednesday 30th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବୃନ୍ଦାବନ ଧାମ ଦର୍ଶନ କଲେ କୁଟୁମଡୋଳା ଗୁପ୍ତେଶ୍ୱର କୀର୍ତ୍ତନ ମଣ୍ଡଳୀର ୬୮ ଭକ୍ତ   (30-Sep-2026)       ||      ପ୍ରବାସୀ ଶ୍ରମିକ ପ୍ରଥା ହ୍ରାସ ପାଇଁ ବିଭାଗୀୟ ପଦକ୍ଷେପ ବଢ଼ାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ   (30-Sep-2026)       ||      ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ଦିବସ   (30-Sep-2026)       ||      "ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ମନକଥା କୁହ, ଜୀବନ ବଞ୍ଚାଅ"   (30-Sep-2026)       ||      ଓଡ଼ିଶା ବେଷ୍ଟ ଇଞ୍ଜିନିୟର ଆୱାର୍ଡ଼ରେ ସମ୍ମାନିତ ହେଲେ ଟିଟିଲାଗଡର ଅନ୍ୱେଷ ଷଡଙ୍ଗୀ    (30-Sep-2026)       ||      ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   (29-Sep-2026)       ||      କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ    (29-Sep-2026)       ||      କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ    (29-Sep-2026)       ||      ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   (29-Sep-2026)       ||      *ସାହାଣୀ କପ୍ ଫୁଟବଲ୍    (29-Sep-2026)       ||      ଆଙ୍ଗନ କା ଉତ୍ସବ ପାଳିତ    (29-Sep-2026)       ||      ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   (29-Sep-2026)       ||      *ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   (29-Sep-2026)       ||      ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   (29-Sep-2026)       ||      *ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   (29-Sep-2026)       ||      ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ    (29-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||     

HOME   ଜିଲ୍ଲା

ରେଡକ୍ରସ କ୍ୟାମ୍ପରେ ୫୧ଜଣ ସ୍ୱେଚ୍ଚାସେବୀ ରକ୍ତଦାନ କଲେ

11-Dec-2024



ସୋନପୁର, ତା.୧୧/୧୨ ( ପ୍ରେରଣା ଖବର ) :  ସୁବର୍ଣ୍ଣପୁର ଜିଲ୍ଲା ଜୁନିୟର ରେଡକ୍ରସ ଚେୟାରମ୍ୟାନ ତଥା ଜିଲ୍ଲା ଶିକ୍ଷାଧିକାରୀ ଲକ୍ଷ୍ମଣ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱlବଧାନ,  ଜିଲ୍ଲା ଜୁନିୟର ରେଡକ୍ରସ ସମ୍ପାଦକ ମଞ୍ଜୁଲତା ଭୋଇ ଓ ଜିଲ୍ଲା ଜୁନିୟର ରେଡକ୍ରସ ଭାଇସଚେୟାରମ୍ୟାନ ଗତିକୃଷ୍ଣ ମିଶ୍ର ଙ୍କ ମାର୍ଗଦର୍ଶନରେ ଏକ ସ୍ୱେଚ୍ଚାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଜିଲ୍ଲା  ସ୍ତରୀୟ ଜୁନିୟର ରେଡକ୍ରସର ଶିକ୍ଷା ଓ ତାଲିମ ଶିବିର  ଦ୍ଵିତୀୟ ଦିନରେ ପଂଚାୟତ ହାଇସ୍କୁଲ ମୟାବର୍ହା ଠାରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା l ଜିଲ୍ଲା ଜୁନିୟର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତସଂଯୋଜନା କରିଥିବାବେଳେ,  ରାଜ୍ୟସ୍ତରରେ ପୁରସ୍କୃତ ହୋଇଥିବା ରକ୍ତବୀର ରାମ ନାରାୟଣ ଦାଶ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ସୋନପୁର ମହାନଦୀଧାରା ଶିକ୍ଷାନୁଷ୍ଠାନର ପ୍ରତିଷ୍ଠlତା ପ୍ଲାବନ ମହାପାତ୍ର,  ସୋନପୁର ପୂର୍ବତନ ଜେଆରସିଓ ସୁରେଶ ପଧାନ, ବଲାଙ୍ଗୀର ପୂର୍ବତନ ଜେଆରସିଓ ସୁବାଷ ଚନ୍ଦ୍ର ପଟେଲ, ଏସ.ରାମପୁର ହାଇସ୍କୁଲ ପ୍ରଧାନଶିକ୍ଷକ ପ୍ରାଣବନ୍ଧୁ ହୋତା, ଗଜବନ୍ଧ ହାଇସ୍କୁଲ ପ୍ରଧାନଶିକ୍ଷକ ପଂଚାନନ କମ୍ପ, ସମଲେଇଚୁଆଁ ହାଇସ୍କୁଲ ପ୍ରଧାନଶିକ୍ଷକ ଲୋକନାଥ ମେହେର ପ୍ରମୁଖ ଯୋଗଦାନ କରିଥିଲେ ।

କହିବା ଆଗରୁ କରିଦେଖାଇବା: ଜାତୀୟପିତା ମହାତ୍ମା ଗାନ୍ଧୀଙ୍କ ଉକ୍ତିକୁ ସର୍ବପ୍ରଥମେ ଜିଲ୍ଲା ଜୁନିୟର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ ତଥା ଜିଲ୍ଲା  ସ୍କାଉଟର ତାଲିମ କମିଶନର ଦୀନବନ୍ଧୁ ପ୍ରଧାନ ଉଭୟେ ରକ୍ତଦାନ କରି  ଉକ୍ତି କୁ ସାର୍ଥକ କରିବା ସହ ସ୍ବେଚ୍ଛାକୃତ ରକ୍ତଦାନ ଶିବିରକୁ ଶୁଭାରମ୍ଭ କରିଥିଲେ । ରକ୍ତଦାତା: ଜୁନିୟର ରେଡକ୍ରସ କାଉନସିଲର ହେମନ୍ତ ମେହେର, ଚନ୍ଦ୍ରମଣି ବାଘ, ଚନ୍ଦ୍ର ଶେଖର ମାହାପାତ, ଗୋପେଶ ପଣ୍ଡା, ହୃଶିକେଶ ଚାନ୍ଦ , ଜଗଦୀଶ ଦାଶ, ହୃଷିକେଶ ଦେହୁରୀ, ସୁନିଲ ସେଠ, ନରେନ୍ଦ୍ର ପୁରୋହିତ, ପଂଚାନନ ମେହେର,  ମାୟାବର୍ହା ହାଇସ୍କୁଲ ଶିକ୍ଷକ ନନ୍ଦୀ ଘୋଷ ବାରିକ, ବିଭିଷଣ ଖମାରୀ, ବଲାଙ୍ଗୀର ହରଭଙ୍ଗା ପ୍ରଧାନଶିକ୍ଷକ ଦୁର୍ଯ୍ୟୋଧନ ପଶାୟତ, ପ୍ରଭାକର ଛନ୍ଦ ଆଲୁମିନି ସୁନିଲ ପଧାନ, କିରଣ କୁମାର ପୁଟେଲ, ସୁଜିତ ପୂଜାରୀ , ଘନଶ୍ୟାମ ମେହେର, ସମୀର ପଧାନ, ବିଶ୍ୱନାଥ ପାଣିଗ୍ରାହୀ, ଆଶିଷ ନାଏକ, ସୁବ୍ରତ ସାହୁ, ସନ୍ତୋଷ ପଧାନ, ଗଜାନନ ପଧାନ, ଶୁଶ୍ରୀରାଣୀ ବଡପଣ୍ଡା, ପ୍ରଣତୀ ପଧାନ, ତଥା ଅନ୍ୟମାନେ  ଶିବିରରେ ଯୋଗଦେଇ ରକ୍ତଦାନ କରିଥିଲେ । ବଲାଙ୍ଗୀର ବ୍ଲଡ ବ୍ୟାଙ୍କ କର୍ମଚାରୀଙ୍କ ଦ୍ୱାରା ଶିବିରରେ ସର୍ବମୋଟ ୫୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ପ୍ରକାଶଥାଉକି, ରେଡକ୍ରସର ମୂଳମନ୍ତ୍ରରେ ପ୍ରଭାବିତ ହୋଇ ପ୍ରଥମ ଥର ପାଇଁ  ଶିବିରରେ ୨୮ ଜଣ ସ୍ୱେଚ୍ଚାସେବୀ ରକ୍ତଦାନ କରିଥିଲେ ।

ବଡନୂଆଁପାଲି ହାଇସ୍କୁଲ ପ୍ରଧାନଶିକ୍ଷକ ବୈଷ୍ନବ ଭୋଇ,  ବଡକର୍ଲ୍ଲେ ହାଇସ୍କୁଲର ପ୍ରଧାନଶିକ୍ଷକ ରମାକାନ୍ତ ପ୍ରଧାନ, ଏସ ରାମପୁର ବାଳିକା ନୋଡାଲ ହାଇସ୍କୁଲ ପ୍ରଧାନଶିକ୍ଷକ ହୋସିଆର ଛତ୍ରୀଆ,  ଅନ୍ଧାରୀବାଂଜିର ବିନୋଦ ବିହାରୀ ଦ୍ୱାରୀ, କନ୍ଦାଗାଡ ହାଇସ୍କୁଲର ପ୍ରଧାନଶିକ୍ଷକ ବିଶ୍ୱାମିତ୍ର ବାରିକ, ମାୟାବର୍ହା ନୋଡାଲ ସ୍କୁଲର ମୌନାବତୀ ଜାଲ, ପଣ୍ଡକିଟାଲର ହେମସାଗର ବାଘ, ଅଙ୍ଗନୱାଡୀ କର୍ମି ପଲ୍ଲବୀ ବନଛୋର, ସୁଷମା ସାହୁ, ଆଶା ସୁବର୍ଣ ନାଏକ, ମାୟାବର୍ହା ସିଆରସିସି ସୌରଭ ସାହୁ, ବଡକର୍ଲ୍ଲେର ରାମ ପ୍ରସାଦ ଭୋଇ, ଖଲିଆପାଲିର ପୁଷ୍ପାଞ୍ଜଳି ମିର୍ଦ୍ଧା, ସିଏଚଓ ପୌରବୀ କର୍ମି, ଚରଦା ହାଇସ୍କୁଲ ପ୍ରଧାନଶିକ୍ଷକ ହିଟିଲର ସାହୁ,  ଚାନ୍ଦିଲି ହାଇସ୍କୁଲର ପ୍ରଧାନଶିକ୍ଷକ ପ୍ରେମରାଜ ସେଠୀ, ଭୀମଟିକିରା ହାଇସ୍କୁଲ ପ୍ରଧାନଶିକ୍ଷକ ବୀରେନ୍ଦ୍ର ସାହୁ, ବେହେରାମାଲ ପ୍ରଧାନଶିକ୍ଷକ ପ୍ରଦୀପ ପୂଜାରୀ, ଲିଙ୍ଗମାର୍ଣ୍ଣି ହାଇସ୍କୁଲ ପ୍ରଧାନଶିକ୍ଷକ ସନାତନ ବେହେରା, ଚିନାଯୁରୀ ହାଇସ୍କୁଲ ପ୍ରଧାନଶିକ୍ଷକ , କୁହିବାହାଲ ହାଇସ୍କୁଲର ପ୍ରଧାନଶିକ୍ଷକ ମୁରଲୀଧର ବିଶ୍ୱାଲ, ଉଲୁଣ୍ଡା ବ୍ଲକର ଅଚ୍ୟୁତ ରଣା, ମଳୟ ଅମାତ ପ୍ରମୁଖ ରକ୍ତଦାତା ମାନଙ୍କୁ ମହତ କାର୍ଯ୍ୟ ପାଇଁ ଉପସ୍ଥିତ ରହି ଉତ୍ସାହିତ କରୁଥିଲେ । କାର୍ଯ୍ୟକ୍ରମରେ ପ୍ରାକ୍ତନ ପ୍ରଧାନଶିକ୍ଷକ ବସନ୍ତ କୁମାର ହୋତା, ତରଭା ହାଇସ୍କୁଲର ପ୍ରାକ୍ତନ ଶିକ୍ଷୟାତ୍ରୀ ନରେନ୍ଦ୍ର କୁମାର ସାହୁ, ମନୋଜ କୁମରା ପୂଜାରୀ, ସଞ୍ଜୀବ ପୂଜାରୀ, ଜ୍ୟୋତିଷ୍କର ପଣ୍ଡା, ରମାବଲ୍ଲବ ବାରିକ, ଶାନ୍ତୁନୁ ପ୍ରଧାନ, ବ୍ରଜବନ୍ଧୁ ନାୟକ, ସତ୍ୟନାରାୟଣ ପଧାନ, ସୁର୍ଯ୍ୟନାରାୟଣ ପଟ୍ଟନାୟକ, ସଂପଦ ଖମାରୀ,  ଭକ୍ତ ଭୋଇ, ଗଣେଷ ଖମାରୀ,  ଭୋଲାନlଥ ଛତର, ବେଣୁଧର ଚୌଧୁରୀ, ବନମାଳୀ ସାହୁ, ପ୍ରଦୀପ କୁମାର ଭୋଇ, ମୀନକେତନ ଦାଶ, ରାଧାକାନ୍ତ ଯୁଆଡି, ଶଙ୍କର ସାହୁ, ସଂପଦ ଘିବିଲା, ବାବୁଲାଲ ଭୋଇ, ପେକସ ସଂପାଦକ ଭଗବାନ ପଧାନ, ହରିବୋଲ ଦୀପ, ମଂଜୁଲତା ଜଗଦଲା,ନିମାଇ ମଲ୍ଲୀକ, ସସ୍ମିତା ସାହୁ, ସେବାବିନିମୟଯୁକ୍ତ ବାରିକ, ଧରିତ୍ରୀ  ସାହୁ, ପ୍ରମୋଦିନୀ ଯୁଆଡି, ଅନୀତା ମାହାରା, ପ୍ରଜ୍ଞା ପରିମିତା ମିଶ୍ର, ଦମୟନ୍ତୀ ଜଗଦଲା, ତରଙ୍ଗିନୀ ମହାପାତ୍ର ନୀତୁ ପଧାନ, ତପସ୍ୱିନୀ ଦାଶ, ଅନୁପ୍ରୀୟା ମିଶ୍ର, ସସ୍ମିତା ସାହୁ , ବିସିସି ନିମାଇଚରଣ ମଲ୍ଲୀକ, ବିଜୟ ପଣ୍ଡା, ପବିତ୍ର ବାରିକ, ବୈକୁଣ୍ଠ ନାୟକ ପ୍ରମୁଖ ବିଶେଷ ସଯୋଗ କରିଥିଲେ । ମାହାବର୍ହା ହାଇସ୍କୁଲର ଜୁନିୟର ଲିପସା ଯୁଆଡି, ଜନନୀକା ନାଏକ, ଅର୍ଚ୍ଚିତା ପଧାନ, ଶୁଭଶ୍ରୀ ବରିହା, ମନୀଷା ଗିରି, ପୂଜା, ପ୍ରୀତି, ସୌମ୍ୟା, ଝରଣା,  ଅନୁପମା, ଅନ୍ତରା, ରେଖା,  ଏବଂ ସ୍କାଉଟ ଟ୍ରୁପର କ୍ରୀସ ପ୍ରସାଦ ବାଘ, ସୁଜିତ, ବିକାଶ, ପଂଚାନନ, ଗୋବର୍ଦ୍ଧନ , ଅଂଶୁମାନ, ନିମାଈ ପ୍ରମୁଖ କାର୍ଯ୍ୟକ୍ରମରେ ରକ୍ତଦାତାଙ୍କୁ ଆବଶ୍ୟକୀୟ ସେବା ତଥା ଭାବପୂର୍ଣ୍ଣ ଆବେଗ ଜଣାଇଥିଲେ ।  ରକ୍ତଦାନ ମହତ ଦାନ ଓ ରକ୍ତର ବିକଳ୍ପ ନାହିଁ ଭଳି ମହତ କାର୍ଯ୍ୟରେ ଯୋଗଦେଇଥିବା ସମସ୍ତ ରକ୍ତଦାତା ମାନଙ୍କୁ ସୁବର୍ଣପୁର ଜିଲ୍ଲା ଶିକ୍ଷାଧିକାରୀ ଲକ୍ଷ୍ମଣ ଭୋଇ ପ୍ରଶଂସା କରିବା ସହିତ ଶୁଭେଚ୍ଚା ଜଣାଇଥିଲେ ।


News Comment




Photo in News

Advertisment
Lastest News
  ରାଜ୍ୟ  
ବୃନ୍ଦାବନ ଧାମ ଦର୍ଶନ କଲେ କୁଟୁମଡୋଳା ଗୁପ୍ତେଶ୍ୱର କୀର୍ତ୍ତନ ମଣ୍ଡଳୀର ୬୮ ଭକ୍ତ   30-Sep-2026
  ଜିଲ୍ଲା  
ପ୍ରବାସୀ ଶ୍ରମିକ ପ୍ରଥା ହ୍ରାସ ପାଇଁ ବିଭାଗୀୟ ପଦକ୍ଷେପ ବଢ଼ାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ   30-Sep-2026
  ଜିଲ୍ଲା  
ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ଦିବସ   30-Sep-2026
  ଜିଲ୍ଲା  
"ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ମନକଥା କୁହ, ଜୀବନ ବଞ୍ଚାଅ"   30-Sep-2026
  ରାଜ୍ୟ  
ଓଡ଼ିଶା ବେଷ୍ଟ ଇଞ୍ଜିନିୟର ଆୱାର୍ଡ଼ରେ ସମ୍ମାନିତ ହେଲେ ଟିଟିଲାଗଡର ଅନ୍ୱେଷ ଷଡଙ୍ଗୀ   30-Sep-2026
  ଜିଲ୍ଲା  
ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   29-Sep-2026
  ଜିଲ୍ଲା  
କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ   29-Sep-2026
  ଜିଲ୍ଲା  
କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ   29-Sep-2026
  ଜିଲ୍ଲା  
ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   29-Sep-2026
  ଜିଲ୍ଲା  
*ସାହାଣୀ କପ୍ ଫୁଟବଲ୍   29-Sep-2026
  ଜିଲ୍ଲା  
ଆଙ୍ଗନ କା ଉତ୍ସବ ପାଳିତ   29-Sep-2026
  ଜିଲ୍ଲା  
ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ   29-Sep-2026

You Might Also Like