-+91-9937148622 |
prerana_bgr@rediffmail.com |
Monday 5th October 2026 |
R.N.I. Regd No. ODIODI/2010/46693
Breaking News
11-Dec-2024
ବଲାଙ୍ଗୀର: ପି.ପି ଏକାଡେମୀର ହୀରକ ଜୟନ୍ତୀ ଉପଲକ୍ଷେ ଚିତ୍ରାଙ୍କନ ପ୍ରତିଯୋଗିତା ଓ କୁଇଜ୍ ପ୍ରତିଯୋଗିତା ହୋଇଥିଲା। ଏହି ପ୍ରତିଯୋଗିତାରେ ଶେଖର ସେଠ୍,ଦୀପକ ବରାଳ, ରଣ୍ଡାତ୍ତ ଭୋଇ, ସତ୍ୟ ମିଶ୍ର, ଅନିଲ ମୋଦି, ସରୋଜ କୁମାର ନାୟକ, ଶ୍ରୀମତୀ କମଳିନୀ ନାଥ, ଶ୍ରୀମତୀ ଖୁସବୁ ବେଗମ୍, ଅନନ୍ୟା ମିଶ୍ର, ଓ ଟ୍ୱିଙ୍କିଲ ସାହୁ ପ୍ରତିଯୋଗିତା ଆୟୋଜନରେ ସହଯୋଗ କରିଥିଲେ। ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଭିନାଶ ଭୋଇ ପ୍ରଥମ, ଆୟୁଷ କୁମାର ଠାକୁର ଦ୍ୱିତୀୟ ଏବଂ ହରିପ୍ରୀୟା ଜେନା ଓ ରଶ୍ମିତା ମେହେର ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ କୁଇଜ୍ ପ୍ରତିଯୋଗିତାରେ ମନୋରଞ୍ଜନ ବ୍ରହ୍ମା ପ୍ରଥମ, ସ୍ନେହା ସା ଦ୍ୱିତୀୟ ଏବଂ ରୁଚିକା ସାଏ ତୃତୀୟ ସ୍ଥାନ ଅଧିକାର କରିଥିଲେ। ପୁରାତନ ଛାତ୍ର ମହେନ୍ଦ୍ର ଦର୍ଜୀ, ଅମିୟ ମିଶ୍ରଙ୍କ ସମେତ ବହୁ ପୁରାତନ ଛାତ୍ର ଉପସ୍ଥିତ ଥିଲେ।