-+91-9937148622 |
prerana_bgr@rediffmail.com |
Sunday 16th August 2026 |
R.N.I. Regd No. ODIODI/2010/46693
Breaking News
09-Jan-2021
ପାଟଣାଗଡ଼(ଗୋରେଖନାଥ ବରିହା): ପାଟଣାଗଡ଼ ଉପଖଣ୍ଡ ଲୁହାସିଂହା ପଞ୍ଚାୟତ ବାହାଲଭଟଲି ଗ୍ରାମରେ ଆଦିବାସୀ ସ୍ପୋର୍ଟି କ୍ଳବ ଆନୁକୁଲ୍ୟରେ ସ୍ଥାନୀୟ ଖେଳ ପଡିଆ ରେ ୭ ତମ ବାହାଲ ଭଟଲି କପ୍ ଫୁଟବଲ୍ ଖେଳ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଏଥିରେ ସାମ୍ବାଦିକ ଚନ୍ଦ୍ରଶେଖର ବରିହା ମୂଖ୍ୟ ଅତିଥି, ସମାଜସେବୀ ଲକ୍ଷେଶ୍ଵର ବରିହା, ନାରୀ ନେତ୍ରୀ ସୁକାନ୍ତି ବରିହା, କଲାବତୀ ବରିହା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ତିନି ଦିନ ଧରି ଚାଲିଥିବା ଫୁଟବଲ ପ୍ରତିଯୋଗିତା ରେ ୧୨ ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ଫାଇନାଲ ମ୍ୟାଚ ଲୁହାସିଂହା ଓ ଗେର୍ଡି ଦଳ ମଧ୍ୟ ରେ ସଂଘର୍ଷ ପୂର୍ଣ୍ଣ ଖେଳରେ ଲୁହାସିଂହାକୁ ଗୋଟିଏ ଗୋଲ୍ ଦେଇ ଗେର୍ଡି ଦଳ ଚମ୍ପିଆନ ହୋଇଥିଲା । ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ପୂର୍ବତନ ସରପଞ୍ଚ ଶୋଭା ପାଥର ମୁଖ୍ୟ ଅତିଥି , ସଞ୍ଜିବ ପଟେଲ , କନ୍ଦର୍ପ ସାହୁ, ଗୁଣନିଧି ସାହୁ, ନରେନ୍ଦ୍ର ସାହୁ ଓ ବାବୁଳୁ ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଜେତା ଗେର୍ଡି ଦଳ କୁ ୬ ହଜାର ଓ ରନର୍ସ ଅଫ ଦଳ ଲୁହାସିଂହା କୁ ୪ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ ବ ସେମିଫାଇନାଲ ଖେଳରେ ପରାସ୍ତ ହୋଇଥିବା ଦଳ ଙ୍କୁ ୧୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା। ଦୀପକ ରାଜହଂସ, ଦେବେନ୍ଦ୍ର ଥନାପତି, ସୁଜିତ ରାଜହଂସ, ନୀଳ
ଦାନୀ ରେଫର୍ସି ଭାବେ ଖେଳ ପରିଚାଳନା କରିଥିଲେ । ଅଶୋକ ବରିହା, ସରୋଜ ସାହୁ, ସରୋଜ ବରିହା , ସମ୍ପଦ ନାଗ , ଦିନବନ୍ଧୁ ସାହୁ ,ଦିଳିପ ଦୀପ ,ଦିଳିପ ସାହୁ , ନନ୍ଦଲାଲ ବରିହା, କୁଞ ବରିହା,ରବି ବରିହା, ଜଗନ୍ନାଥ ବରିହା, ସୁନ୍ଦର ବରିହା,କୁମର ବରିହା, ସୁମନ୍ତ ସାହୁ, ସର୍ଜନ ସାହୁ, ଗୋପବନ୍ଧୁ ସାହୁ, ମହାଦେବ ସାହୁ ସମେତ ଆଦିବାସୀ ସ୍ପୋର୍ଟିଙ୍ଗ କ୍ଳବର ସମସ୍ତ ସଦସ୍ୟ ମାନେ ଖେଳ ପରିଚାଳନାରେ ସହଯୋଗ କରିଥିଲେ ।