-+91-9937148622 |
prerana_bgr@rediffmail.com |
Sunday 16th August 2026 |
R.N.I. Regd No. ODIODI/2010/46693
Breaking News
09-Jan-2021
ବଲାଙ୍ଗିର, (ପ୍ରେରଣା ଖବର) - ଗତ ଡିସେମ୍ବର ମାରେ ରେ ସାମାଜିକ ସଂଘ ମାହେଶ୍ୱରୀ ସଙ୍ଗଠନ ତରଫରୁ ବଲାଙ୍ଗୀର ସିଡିଏମ୍ଓ ଭୀମ ସାହୁ ଙ୍କୁ ସକ୍ଷାତ କରି କୁଡାସିଂହା ଡାକ୍ତରଖାନରେ ଦୀର୍ଘ ଦିନ ଧରି ଖାଲିପଡିଥିବା ଡାକ୍ତର ପଦବୀ ପୁରଣ କରିବା ପାଇଁ ଦାବିପତ୍ର ପ୍ରଦାନ କରାଯାଇଥିଲା l ସିଡି ଏମ୍ଓ ଶ୍ରୀ ସାହୁ ନିଜର ପ୍ରତିଶୃତି ପୂରଣ କରିଥିବାରୁ ତାଙ୍କୁ ମାହେଶ୍ୱରୀ ତରଫରୁ ଧନ୍ୟବାଦ ଦେବା ସହିତ ନୂତନ ମେଡିକାଲ ଅଫିସର ସୌମ୍ୟପ୍ରତୀକ ଦୋରା ଙ୍କୁ ସ୍ୱାଗତ କରାଯାଇଛି l ଏଥିରେ କୁଡାସିଂହା ଶାଖାର ସଭାପତି ଚିତ୍ତରଞ୍ଜନ ପଧାନ, ସଂଯୋଜକ ମନୋଜ କୁମାର ଝାଙ୍କର, ମହିଳା ଶାଖା ସଂଯୋଜିକା ଇନ୍ଦିରା ପ୍ରିୟଦର୍ଶନୀ ନାଥ, ସହ ସଂଯୋଜିକା ସୋନମ ସାହୁ, ପ୍ରୀତିପ୍ରଜ୍ଞା ମହାରଣା, ଅନିତା ସାହୁ, ମନୀଷା ସାହୁ,ସଞ୍ଜୟ ମାଝୀ, ଲୋକନାଥ ପଧାନ,ଏବଂ ଫାର୍ମାସିଷ୍ଟ ମୋତିଲାଲ ସାହୁ ପ୍ରମୁଖ ଉପସ୍ଥିତ ଥିଲେ.