-+91-9937148622 |
prerana_bgr@rediffmail.com |
Sunday 16th August 2026 |
R.N.I. Regd No. ODIODI/2010/46693
Breaking News
09-Jan-2021
ନୟାଗଡ଼, (ପ୍ରଦୀପ କୁମାର ପଣ୍ଡା): ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକରେ କିଟ ଓ କିସର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତାନନ୍ଦ ସାମନ୍ତଙ୍କ ତରଫରୁ ଶୀତଦିନରେ ରିଲିଫ କାର୍ଯ୍ୟକ୍ରମରେ ଶୀତ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି l ଗଣିଆ ବ୍ଲକ ଗଣିଆ ଗ୍ରାମପଞ୍ଚାୟତ ହରିଜନସାହିରେ ୫୦ ଜଣ ବୃଦ୍ଧ, ବୃଦ୍ଧା ,ମହିଳା ଓ ପୁରୁଷ ମାନଙ୍କ ସମେତ ଗରିବ ଓ ଅସହାୟଙ୍କୁ ଶୀତ ବସ୍ତ୍ର ବା ବ୍ଳାଙ୍କେଟ ବଣ୍ଟନ କରିଛନ୍ତି l ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥିଭାବେ ନୟାଗଡ଼ ଜିଲ୍ଲାବିଜୁଜନତା ଦଳର ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇଥିବା ବେଳେ ସଂମାନିତ ଅତିଥି ଭାବରେ ଗଣିଆ ବ୍ଲକ ଅଧକ୍ଷ ଶେଷଦେବ ସ୍ୱାଇଁ ,ସାଂସଦଙ୍କ ଜିଲ୍ଲା ପ୍ରତିନିଧି ସଦାଶିବ ମିଶ୍ର,ଜିଲ୍ଲାପରିଷଦ ସଭ୍ୟ ମହେଶ୍ୱର ମାହାରଣ ,ଗଣିଆ ସରପଞ୍ଚ ସସ୍ମିତା ଲେଙ୍କା ,ଆଡକଟା ସରପଞ୍ଚ ଚନ୍ଦ୍ରଶେଖର ସାହୁ , ସମାଜସେବୀ ଅଜୟ ଲେଙ୍କା, ପ୍ରମୁଖଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ଏହି ବଣ୍ଟନ କାର୍ଯ୍ୟକ୍ରମକୁ ପରିଚାଳନା ଓ ସହଯୋଗ କରିଥିଲେ ।ଏହି ପରି ବଣ୍ଟନ କାର୍ଯ୍ୟକ୍ରମ ଆଗାମୀ ଦିନ ମାନଙ୍କରେ ମଧ୍ୟ ବିଭିନ୍ନ ଅପହଞ୍ଚ ଗ୍ରାମରେ ଗରିବ ଓ ଅସହାୟ ମାନଙ୍କୁ ବଣ୍ଟନ କରାଯିବ ବୋଲି ସାଂସଦଙ୍କ ପ୍ରତିନିଧି ସଦାଶିବ ମିଶ୍ର ପ୍ରକାଶ କରିଥିଲେ l ତେବେ ସାଂସଦଙ୍କ ଏପରି ମହାନତା କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରୁ ସାଧୁବାଦ ଜଣାଇବା ସହିତ ଦୀର୍ଘାୟୁ କାମନା କରିଛନ୍ତି ।