-+91-9937148622 |
prerana_bgr@rediffmail.com |
Sunday 29th March 2026 |
R.N.I. Regd No. ODIODI/2010/46693
Breaking News
08-Dec-2024
ବୌଦ୍ଧ :ନିଶା ନିବାରଣ ସଚେତନତା ନେଇ ଆଜି ସକାଳେ ବଜରଙ୍ଗ ଦଳ ପକ୍ଷରୁ ଏକ ଗଣଦୌଡ ସହରର ମର୍ଯାକୁଦ ବ୍ରିଜ଼ ଛକ ନିକଟରୁ ବାହାରି ସହର ପରିକ୍ରମl କରିଥିଲା l କାର୍ଯ୍ୟକ୍ରମର ଉଦଘାଟକ ଭାବେ ବୌଦ୍ଧ ଜ଼ିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଯୋଗଦେଇ ଗଣଦୌଡ଼ର ଶୁଭାରମ୍ଭ କରିଥିଲେ l କାର୍ଯ୍ୟକ୍ରମରେ ଅତିଥିଭାବେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ଜ଼ିଲ୍ଲା ସଂଘ ଚାଳକ ସୂର୍ଯ୍ୟକାନ୍ତ ଦଳବେହେରା,କଳାହାଣ୍ଡି ଜ଼ିଲ୍ଲା ଯୁବ ରେଡ଼କ୍ରସ ସଂଯୋଜକ ଶାନ୍ତନୁ ପରିଡା ପ୍ରମୁଖ ଯୋଗ ଦେଇ
ନିଶା ସେବନ ସମାଜରେ ଏକ ବ୍ୟାଧି ଭାବରେ ମାଡି ଚାଲିଛି ଏହାକୁ ରୋକ ଲଗାଇବା ପାଇଁ ସବୁବର୍ଗରେ ପ୍ରୟାସ ଜାରି ରହିବା ଦରକାର ତେବେ ଯାଇ ଆମେ ଏକ ଶାନ୍ତି ଓ ଶୃଙ୍ଖଳିତ ସମାଜ ଗଠନ କରି ପାରିବl ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ l କାର୍ଯ୍ୟକ୍ରମକୁ ଜ଼ିଲ୍ଲା ଯୁବରେଡ଼କ୍ରସ ସମ୍ପାଦକ ଅଧ୍ୟାପକ ପ୍ରବିର କୁମାର ଦାସ ସଂଯୋଜନା କରିଥିବାବେଳେ ବିଶ୍ୱହିନ୍ଦୁ ପରିଷଦ ଜ଼ିଲ୍ଲା ସଭାପତି ଶମ୍ଭୁ ପ୍ରସାଦ ମିଶ୍ର ଅଧ୍ୟକ୍ଷତା କରିଥିଲେ l ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ବଜରଙ୍ଗ ଦଳ,ବିଶ୍ୱ ହିନ୍ଦୁ ପରିଷଦ, ବିଦ୍ୟାର୍ଥୀ ପରିଷଦର ସ୍ୱୟଂ
ସେବକ ମାନେ ସାମିଲ ହେବାସହ ବିଭିନ୍ନ କଲେଜର ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ସାମିଲ ହୋଇଥିଲେ l ଶେଷରେ ବଜରଙ୍ଗ ଦଳ ଜ଼ିଲ୍ଲା ସଂଜଯୋକ ସଂଜୀବ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମ ସଫଳତା ଦୃଷ୍ଟିରୁ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା ଚକିତ ଭଞ୍ଜ, ହେମନ୍ତ ଚମ୍ପତି, ମିଥୁନ ନାୟକ,ଜିତୁ ମହାପାତ୍ର, ପ୍ରବୀଣ, ସିପୁନ,ସୁରଥ ଭାଇ ସହଯୋଗ କରିଥିଲେ l