-+91-9937148622 |
prerana_bgr@rediffmail.com |
Monday 12th October 2026 |
R.N.I. Regd No. ODIODI/2010/46693
Breaking News
02-Dec-2024
ବରଗଡ:(ନିରଞ୍ଜନ ତ୍ରିପାଠୀ)- ଓଡିଶାର ଅଗ୍ରଣୀ ଅନୁଷ୍ଠାନ ସିରଜିନା ସାହିତ୍ୟ ଆରୁ ସାଂସ୍କୃତିକ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଶ୍ରୀ ସନ୍ତୋଷ କୁମାର ମହାନ୍ତିଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ସଭାରେ ସମ୍ପାଦକ ରାଜେନ୍ଦ୍ର କୁମାର ମହାନ୍ତି ମାସିକ ବିବରଣୀ ପାଠ କରିଥିଲେ। ଆସନ୍ତା ଜାନୁଆରୀ ମାସର ୧୮,୧୯ ଓ ୨୦ ତାରିଖ ତିନି ଦିନ ଧରି ନାଟ୍ୟ ମହୋତ୍ସବ ଅନୁଷ୍ଠିତ ହେବାର ନିଷ୍ପତ୍ତି ହୋଇ ଯାଇଛି। ଏହି ରାଜ୍ୟସ୍ତରୀୟ ନାଟ୍ୟ ମହୋତ୍ସବରେ ସମୁଦାୟ ୯ ଗୋଟି ନାଟକ ମଞ୍ଚସ୍ଥ ହେବ ବୋଲି ଶ୍ରୀ ମହାନ୍ତି ସୂଚନା ପ୍ରଦାନ କରିଛନ୍ତି। ଆସନ୍ତା ଡ଼ିସେମ୍ବର ମାସ ୩୧ ତାରିଖରେ ସିରଜିନା ମଧ୍ୟ ରାତ୍ର କବିତା ପାଠ କରାଯିବାକୁ ସ୍ଥିରୀକୃତ ହୋଇଛି। ଶେଷରେ ଉପସଭାପତି ଶ୍ରୀ ଆଦିତ୍ୟ ରଥ ଧନ୍ୟବାଦ ଅର୍ପଣ କରିଥିଲେ। ଏଅବସରରେ ସର୍ବଶ୍ରୀ:-ପ୍ରମୋଦ ଚନ୍ଦ୍ର ନାଥ, କିଶୋର ପାତ୍ର,କୁଞ୍ଜ ବିହାରୀ ସରାଫ,ପ୍ରସନ୍ନ ରଣା,ବିଦ୍ୟାଧର ଦାଶ, ସୁବାସ ସାହୁ, ପୌଲସ୍ତ୍ୟ ସାହା ,ସନ୍ତୋଷ ସିଂହ ଠାକୁର, ନସିବ ଗୁର୍ଲ୍ଲା, ଶେଷଦେବ ମେହେର,ଦିନେଶ ଦାଶ ଓ ବବୁଲୁ କୁମ୍ଭାର ଯୋଗ ଦାନ କରି ଥିଲେ