-+91-9937148622 |
prerana_bgr@rediffmail.com |
Thursday 19th March 2026 |
R.N.I. Regd No. ODIODI/2010/46693
Breaking News
02-Dec-2024
ତୁଷୁରା (ପଞ୍ଚାନନ ନାଏକ) ବଲାଙ୍ଗୀର ଜିଲ୍ଲା ତୁଷୁରା ସହରରେ ଥିବା ସମସ୍ତ ୨ ଚକିଆ ଏବଂ ୪ ଚକିଆ ସ୍ପିଆର ପାଟସ୍ ଦୋକାନୀ ଏବଂ ମେକାନିକ ମାନଙ୍କୁ ନେଇ ତୁଷୁରା ସମଲେଶ୍ଵରୀ ମନ୍ଦିର ପ୍ରାଙ୍ଗଣରେ ରବିବାର ଦିନ ରଞ୍ଜନ ବେହେରା ଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମେକାନିକ ଏବଂ ଦୋକାନୀମାନଙ୍କର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା ହେବା ସହ ଏକ ନୂତନ ସଂଘ ଗଠନ କରାଯାଇଥିଲା। ସର୍ବସମ୍ମତିକ୍ରମେ ସଂଘ ର ଉପଦେଷ୍ଟା ଭାବେ ରଞ୍ଜନ ବେହେରା ଙ୍କୁ ଚୟନ କରାଯାଇଥିଲା।ସଭାପତି ଭାବେ ଶମ୍ଭୁ ପ୍ରସାଦ ସାହୁ, ଉପ ସଭାପତି ଧିରେନ ସାହୁ, ସଂପାଦକ ଆଶିଷ ସାହୁ,ଉପ ସଂପାଦକ ସନନ୍ତ ସାହୁ, କୋଷାଧ୍ୟକ୍ଷ ଭାବେ ପିଲୁ ଜୟସ୍ବାଲ ଙ୍କୁ ଚୟନ କରାଯାଇଥିଲା। ଏବଂ ପ୍ରତ୍ୟେକ ସପ୍ତାହର ରବିବାର ଦିନ ସମସ୍ତ ମେକାନିକ ଦୋକାନ ଏବଂ ସ୍ପିଆର ପାଟସ୍ ଦୋକାନ ଗୋଟିଏ ବେଳା ୨ ଟା ରୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା। ଶେଷରେ ରଞ୍ଜନ ବେହେରା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।