-+91-9937148622 |
prerana_bgr@rediffmail.com |
Thursday 19th March 2026 |
R.N.I. Regd No. ODIODI/2010/46693
Breaking News
01-Dec-2024
ନୂଆପଡା ( ଡୋଲେଶ୍ବର ବାଗ )
ନୂଆପଡା ଜ଼ିଲ୍ଲା ବିଶ୍ବ ଏଡ଼ସ୍ ଦିବସ ଉପଲକ୍ଷେ ସବ୍ ସେଣ୍ଟର୍ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଟାନ୍ ୱାଟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି l ଏହି ଉପଲକ୍ଷେ ଏକ ଜନ ସଚେତନତା ରାଲି ଓ ସଧାରଣ ସଭାର ଆୟୋଜନ ହୋଇଥିଲା। ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟ ଯୋଗଦେଇଥିଲେ l ଜିଲ୍ଲାପାଳ ମଧୁସୂଦନ ଦାଶ ଶିବିରରେ ଯୋଗଦେଇ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରି ମାନପତ୍ର ପ୍ରଦାନ କରିଥିଲେ। ଶିବିର ୧୬ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥଲା l ଆଶାକର୍ମୀ ଗୋପଲକ୍ଷ୍ମୀ ପାଣ୍ଡେ ଓ ତାଙ୍କ ସ୍ବାମୀ ସୁଶାନ୍ତ ମହାନନ୍ଦ ଉଭୟେ ରକ୍ତଦାନ କରିଥିବା ରୁ ଦୁଇ ସମ୍ପତି ଙ୍କୁ ସମ୍ବର୍ଦ୍ଧିତ କରିଥିଲେ।