-+91-9937148622 |
prerana_bgr@rediffmail.com |
Monday 17th August 2026 |
R.N.I. Regd No. ODIODI/2010/46693
Breaking News
09-Jan-2021
ଝାରସୁଗୁଡ଼ା (ପ୍ରେରଣା ଖବର): ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଦିନକୁ ଦିନ ବିମାନ ସେବା ବୃଦ୍ଧି ପାଉଥିବା ବେଳେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲରେ ଏହାର ଚାପ ବଢ଼ିବାକୁ ଲାଗିଛି। ଏବେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲରେ ଦୁଇ ସିଫ୍ଟରେ କାମ ହେଉଥିବା ବେଳେ ୧୨ ତାରିଖ ଠାରୁ ମୁମ୍ବାଇ-ବେଙ୍ଗାଲୁରୁ ମଧ୍ୟରେ ବିମାନ ଚଳାଚଳ ଆରମ୍ଭ ହେବାକୁଥିବାରୁ ଏୟାର ଟ୍ରାଫିକ୍ର କାମ ବୃଦ୍ଧି ପାଇବ। ତେଣୁ ଏଠାରେ ଦୁଇ ସିଫ୍ଟ ବଦଳରେ ତିନି ସିଫ୍ଟ କରାଯିବାକୁ ଆବାଶ୍ୟକୀୟ କର୍ମଚାରୀ ନିଯୁକ୍ତ କରିବାକୁ ଝାରସୁଗୁଡ଼ା ବିଧାୟକ ତଥା ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଦାବି କରିଛନ୍ତି। ଏନେଇ ସେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଉଷା ପାଢ଼ୀଙ୍କୁ ଚିଠି ଲେଖିଥିବା ଜଣାଯାଇଛି।