-+91-9937148622 |
prerana_bgr@rediffmail.com |
Tuesday 10th March 2026 |
R.N.I. Regd No. ODIODI/2010/46693
Breaking News
28-Nov-2024
ଦେଓଗାଁ, ଗତ ତା ୨୧.୧୧.୨୦୨୪ ଠାରୁ ଦେଓଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଉପ୍ରା/ ଉଚ୍ଚ/ ମାଧ୍ୟମିକ ବିଦ୍ୟାଳୟ ସମୁହର ଶିକ୍ଷକମାନଙ୍କୁ ସ୍ବାସ୍ଥ୍ୟ ଓ ଆରୋଗ୍ୟ ବାର୍ତ୍ତାବହ ( Health and Well ness Ambassador) ରୂପେ ତାଲିମ ଦିଆଯାଉଛି। ଗତ ତା ୨୭/୧୧/୨୦୨୪ ଦିନ ପୂର୍ବତନ ସିଡିଏମଓ ତଥା DEIS ର ନିର୍ଦେଶକ ଡାକ୍ତର ସରୋଜ ତିହାଡି ଓ RBSK ରାଷ୍ଟ୍ରୀୟ ବାଳ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ର ମେନେଜର ଶ୍ରୀ ପଣ୍ଡାଙ୍କ ଉପସ୍ଥିତି ରେ ଗୁରୁତ୍ୱ ପୂର୍ଣ୍ଣ ବୈଠକ ହୋଇଥିଲା।ଶିକ୍ଷକମାନଙ୍କୁ ଶିଶୁ ସୁରକ୍ଷା ର ବିଭିନ୍ନ ଉପାଦେୟ ଉପରେ ବକ୍ତୃତା ଦେଇଥିଲେ।ଉକ୍ତ ତାଲିମକୁ ବିପିଏମ୍ ପରେଶ ସାହୁ ପରିଚାଳନା କରିଥିଲେ।ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଜିତ କୁମାର ମିଶ୍ର ଓ ଦାଶରଥି ଥନାପତି ଉପସ୍ଥିତ ରହି ତାଲିମ ପରିଦର୍ଶନ କରିଥିଲେ ଓ ସଞ୍ଜିବ ଷଡ଼ଙ୍ଗୀ ସାଧନ କର୍ମୀ ରୂପେ ଶିକ୍ଷାଦାନ କରିଥିଲେ।