-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
28-Nov-2024
(ଡୋଲେଶ୍ୱର ବାଗ )
ନୂଆପଡ଼ା ଜିଲ୍ଲା ଖଡିଆଳ ପବ୍ଲିକ ସ୍କୁଲ ପରିସର ମଧ୍ୟରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଅଛି। ଏହି ବିଜ୍ଞାନ ମେଳା କୁ ଡ଼ ଅଚାରୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଆଧୁନିକ ଯୁଗ ରେ ବିଜ୍ଞାନ ପ୍ରତି ଛାତ୍ର ଛାତ୍ରୀଙ୍କ ରୁଚି ଜାଗ୍ରତ କରିବା ଏହି ମେଳା ଏକ ମାଧ୍ୟମ ଅଟେ ବୋଲି ମତବ୍ୟକ୍ତ କରିଥିଲେ। ସଭାରେ ପବ୍ଲିକ ସ୍କୁଲ ଅଧ୍ୟକ୍ଷ ଏସ ଶ୍ରୀନିବାସ ଅଧ୍ୟକ୍ଷତା କରିଥିବା ବେଳେ ଦୀପ୍ତି ଖମାରୀ ମଞ୍ଚ ପରିଚାଳନା କରିଥିଲେ। ସଭାରେ ପରିଚାଳନା ଅଧ୍ୟକ୍ଷ ଡ଼. ଫାଣିନ୍ଦମ୍ ଦେଓ, ସମ୍ପାଦକ ସୁନିଲ ପ୍ରଧାନ, ବରିଷ୍ଠ ସଦସ୍ୟ କୈଳାସ ଅଗ୍ରୱାଲ, ସମେତ ଶିକ୍ଷକ ଶିକ୍ଷୟତ୍ରୀ , ଛାତ୍ର ଛାତ୍ରୀମାନେ ଯୋଗ ଦେଇଥିଲେ। ଶତାଧିକ ବିଜ୍ଞାନ ପ୍ରକଳ୍ପ ଛାତ୍ର ଛାତ୍ରୀଙ୍କ ଦ୍ବାର ପ୍ରଦର୍ଶିତ କରିଥିଲେ।