-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
28-Nov-2024
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ )
ସୋନପୁର ସଂସ୍କୃତି ଭବନ ଠାରେ ନେହେରୁ ଯୁବକେନ୍ଦ୍ର ତରଫରୁ ସ୍ବାଧିନତାର ଅମୃତ ମହୋତ୍ସବ ଉପଲକ୍ଷେ ଯୁବ ଉତ୍ସବ @୨୦୪୭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସେଠାରେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନର ଅନେକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ସେଥି ମଧ୍ୟରୁ ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ମହାନଦୀ ଧାରାର ଛାତ୍ରଛାତ୍ରୀ ମଧ୍ୟ ଅଂଶଗ୍ରହଣ କରି ବିଶେଷ ସଫଳତା ହାସଲ କରିଛନ୍ତି। ସାଂସ୍କୃତିକ କାର୍ଯ୍ୟକ୍ରମରେ ପାଞ୍ଚ ଜଣ ଛାତ୍ରୀ ସ୍ମୃତି ସାଗରିକା, ପାୟଲ, ତୁଳସୀ, ମନିଷା, ପୂଜା, ପ୍ରମୁଖ ଅଂଶଗ୍ରହଣ କରି ଦ୍ଵିତୀୟ ସ୍ଥାନରେ ବିଜେତା ହୋଇଛନ୍ତି। ସେହିପରି ଯୁକ୍ତ ଦୁଇ କଳା ଦ୍ବିତୀୟ ବର୍ଷର ଛାତ୍ର ଅଙ୍କୁଶ କୁମାର ସାହୁ ବିଜ୍ଞାନ ମେଳା ପ୍ରତିଯୋଗିତାରେ ଦ୍ଵିତୀୟ ସ୍ଥାନରେ ବିଜେତା ହୋଇଥିବା ବେଳେ ଯୁକ୍ତ ତିନି କଳା ତୃତୀୟ ବର୍ଷର ଛାତ୍ରୀ ପୂର୍ଣ୍ଣିମା ପ୍ରଧାନ ତୃତୀୟ ସ୍ଥାନରେ ବିଜେତା ହୋଇଛନ୍ତି। କବିତା ପ୍ରତଯୋଗିତାରେ ଉତ୍କଳିକା ମିଶ୍ର ପ୍ରଥମ ସ୍ଥାନ ପ୍ରାପ୍ତ କରି ରାଜ୍ୟ ସ୍ତରୀୟ ଯୁବ ଉତ୍ସବରେ ଯୋଗ ଦେବାପାଇଁ ମନୋନୀତ ହୋଇଛନ୍ତି। ସେହିପରି ବକୃତା ପ୍ରତିଯୋଗିତାରେ ସୃଷ୍ଟି ଅନ୍ୟାନ୍ୟ ସାହୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ମହାନଦୀ ଧାରା ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଏପରି ସଫଳତା ନିମନ୍ତେ ସେମାନଙ୍କୁ ସବୁ ମହଲରୁ ଅଭିନନ୍ଦନ ତଥା ପ୍ରଶଂସା ମିଳିଛି। ମହାନଦୀ ଧାରା ଯେ କେବଳ ଶିକ୍ଷା କ୍ଷେତ୍ରରେ ନାମ କରିଛନ୍ତି ତାହା ନୁହେଁ ବରଂ ନେହେରୁ ଯୁବ କେନ୍ଦ୍ର କାର୍ଯ୍ୟକ୍ରମରେ ସଫଳତା ଅର୍ଜନ କରୀ ମହାନଦୀ ଧାରା ପାଇଁ ଗୌରବ ଆଣିଛି।