-+91-9937148622 |
prerana_bgr@rediffmail.com |
Saturday 3rd October 2026 |
R.N.I. Regd No. ODIODI/2010/46693
Breaking News
24-Nov-2024
ବୀରମହାରାଜପୁର, (ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ପଞ୍ଚାୟତ ସଭା ଗୃହ ଠାରେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ ସହାୟତାରେ ରେଆର ସୋନପୁର ଦ୍ୱାରା ଗ୍ରାମ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଯୋଜନା ବୈଠକ ସରପଞ୍ଚ ପ୍ରମୋଦ ମହାପାତ୍ର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି। ଗ୍ରାମର ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ୱର୍ଡ ସଭ୍ୟ, ଏମ ବି କେ, ଗ୍ରାମ ସମ୍ବଳ କର୍ମୀ, ସ୍ୱୟଂ ସହାୟକ ଗୋଷ୍ଟି ର ସଦସ୍ୟା ଯୋଗ ଦେଇ ବିପର୍ଯୟ ସମ୍ପର୍କିତ ବିସ୍ତୃତ ଆଲୋଚନା କରାଯାଇ ସର୍ବସାମ୍ମତି କ୍ରମେ ଗ୍ରାମ କମିଟି ଗଠନ କରାଯାଇଥିଲା। ରେଆର ତରଫରୁ ବିଶ୍ୱମ୍ବର ସାହୁ, ସୁଦାମ ଗାଈଗରିଆ, ମିତ୍ରଭାନୁ ମଲ୍ଲିକ ଯୋଗ ଦେଇ ଥିଲେ।ଶେଷରେ ୱାର୍ଡ ସଭ୍ୟ ଗିରିଧାରୀ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।