-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
24-Nov-2024
ବରଗଡ:(ନିରଞ୍ଜନ ତ୍ରିପାଠୀ)-ସୁଦୂର ଦିଲ୍ଲୀରେ ଗତ ୨୨ ତାରିଖରୁ ୨୪ ତାରିଖ ଦିର୍ଘ ୪ ଦିନ ଧରି ଚାଲିଥିବା ଓଡ଼ିଶା ପର୍ବରେ ଦିଲ୍ଲୀ ସ୍ଥିତ ନୃତ୍ୟାଞ୍ଜଳୀ ଅନୁଷ୍ଠାନ ପକ୍ଷରୁ ନୃତ୍ୟ ଜଗତର ବାଦଶାହା ଗୁରୁ ସମୀର ମେହେରଙ୍କ ନିର୍ଦ୍ଦେଶନାରେ ସମ୍ବଲପୁରୀ ନୃତ୍ୟ କଳାକାର ଅଞ୍ଜନ ଭୋଇ, ମୁକେଶ ଦୀପ ଏବଂ ସମୀର ଦୀପ ଚମତ୍କାର ନୃତ୍ୟ ପରିବେଷଣ କରି ଭୂୟସୀ ପ୍ରଶଂସା ସାଉଁଟି ବାରେ ସକ୍ଷମ ହୋଇପାରିଛନ୍ତି।ଏହି ଶୁଭ ଅବସରରେ ମୁଖ୍ୟ ଅତିଥି ଭାବେ ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତି ଦ୍ରୋପଦୀ ମୁର୍ମୁ, ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଯୋଗଦାନ କରି ଓଡ଼ିଶାର କଳା ସଂସ୍କୃତି ଐତିହ୍ୟ ଉପରେ ଆଲୋକପାତ କରିବା ସହ ବିଭିନ୍ନ ଅଞ୍ଚଳରୁ ଭାଗନେବାକୁ ଆସିଥିବା କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ। ଆଜି ନଭେମ୍ବର ୨୪ ତାରିଖରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଉଦଯାପନୀ ଉତ୍ସବରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି ବୋଲି ଆୟୋଜନ ମାନଙ୍କ ଠାରୁ ପ୍ରକାଶ