-+91-9937148622 |

prerana_bgr@rediffmail.com |

  Wednesday 30th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟଲାଗଡ ରେଳ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୩ ରୁ ୬ ଯୁବତୀଙ୍କ ଠାରୁ ଗଞ୍ଜେଇ ଜବତ    (30-Sep-2026)       ||      ଟିଟିଲାଗଡ ଉପଖଣ୍ଡସ୍ତରୀୟ ଡାକ୍ତରଖାନାର ପ୍ରସ୍ଥାନ ଗେଟ ଖୋଲିବାକୁ ଦାବି    (30-Sep-2026)       ||      ଉଠା ଜଳସେଚନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ଇଂ ସଚ୍ଚିଦାନନ୍ଦ ଦଳାଇ ଙ୍କ ପଦୋନ୍ନତି ଓ ଅବସରକାଳୀନ ବିଦାୟ କାଳୀନ ସମ୍ବର୍ଦ୍ଧନା    (30-Sep-2026)       ||      ପାପଡାହାଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଉଦଘାଟନ,   (30-Sep-2026)       ||      ବରପାଲି ମହାବିଦ୍ୟାଳୟ ରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ |   (30-Sep-2026)       ||      ଘେଁସ ରେ ନୂଆଁଖାଇ ଭେଟଘାଟ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ,   (30-Sep-2026)       ||      ବରପାଲି ରେ ନାବ୍ୟା ସିଲିଣ୍ଡର ର ଉନ୍ମୋଚନ   (30-Sep-2026)       ||      ପ୍ରେରଣା ନ୍ୟୁଜ୍ ପୋର୍ଟାଲର ଷଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା     (30-Sep-2026)       ||      ୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ,   (30-Sep-2026)       ||      ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ଓ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ   (30-Sep-2026)       ||      ବୃନ୍ଦାବନ ଧାମ ଦର୍ଶନ କଲେ କୁଟୁମଡୋଳା ଗୁପ୍ତେଶ୍ୱର କୀର୍ତ୍ତନ ମଣ୍ଡଳୀର ୬୮ ଭକ୍ତ   (30-Sep-2026)       ||      ପ୍ରବାସୀ ଶ୍ରମିକ ପ୍ରଥା ହ୍ରାସ ପାଇଁ ବିଭାଗୀୟ ପଦକ୍ଷେପ ବଢ଼ାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ   (30-Sep-2026)       ||      ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ଦିବସ   (30-Sep-2026)       ||      "ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ମନକଥା କୁହ, ଜୀବନ ବଞ୍ଚାଅ"   (30-Sep-2026)       ||      ଓଡ଼ିଶା ବେଷ୍ଟ ଇଞ୍ଜିନିୟର ଆୱାର୍ଡ଼ରେ ସମ୍ମାନିତ ହେଲେ ଟିଟିଲାଗଡର ଅନ୍ୱେଷ ଷଡଙ୍ଗୀ    (30-Sep-2026)       ||      ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   (29-Sep-2026)       ||      କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ    (29-Sep-2026)       ||      କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ    (29-Sep-2026)       ||      ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   (29-Sep-2026)       ||      *ସାହାଣୀ କପ୍ ଫୁଟବଲ୍    (29-Sep-2026)       ||     

HOME   ରାଜ୍ୟ

ଜିଲ୍ଲା ମିଳିତ କୃଷକ ସଂଗଠନ ତରଫରୁ ସାମ୍ବାଦିକ ସମ୍ମିଳନୀ, ପୂର୍ବ ସରକାର ପରି ବର୍ତ୍ତମାନ ବି ସରକାର ରାଜ ଚାଲିଛି

22-Nov-2024



ସୋନପୁର/ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର): "ରୁଟି ସେକ" - ଆଜି ଗଣମାଧ୍ୟମର ତତ୍ପରତା ଫଳରେ ଏହି ଡାଇଲଗ ଓଡ଼ିଶାର ଘରେ ଘରେ ପହଞ୍ଚିପାରିଛି ଓ ବର୍ତ୍ତମାନ ବି ଓଡ଼ିଶାରେ ଚାଲିଥିବା ଅଫିସରରାଜର ବ୍ୟବସ୍ଥାକୁ ପର୍ଦ୍ଦାଫାଶ କରିଛି। ଏକ ମାନସିକତାକୁ ଲୋକଲୋଚନକୁ ଆଣିଛି ଯାହା ହେଉଛି ଔପନିବେଶିକ ମାନସିକତା ବା କୋଲୋନିଆଲ୍ ମେଣ୍ଟାଲିଟି। ଇଂରେଜ ଶାସନ ସମୟରେ ଯେମିତି କଲେକ୍ଟରଙ୍କୁ ଜିଲ୍ଲାର ମାଲିକ ଭାବେ ଖୁଲା ଛାଡି ଦିଆଯାଉଥିଲା ଓ ତାଙ୍କ ତଳେ ଥିବା ଅମଲାତନ୍ତ୍ର ଲୋକଙ୍କୁ ଲୁଟ କରୁଥିଲେ ଆଜି ବି ସେ ମାନସିକତା ଯାଇନାହିଁ। ଆଜି ବି ନୌକରସାହିର ସମସ୍ତ ଅଫିସର ଜନସାଧାରଣଙ୍କୁ ମଳିମୁଣ୍ଡିଆ ଦୃଷ୍ଟିରେ ଦେଖୁଛନ୍ତି ଓ ନିଜକୁ ମାଲିକ ବୋଲି ଭାବୁଛନ୍ତି। ସୋନପୁର ଜିଲ୍ଲାପାଳ ଓ ଏସ ପି ଙ୍କ ବ୍ୟବହାର ଏହାର ଜ୍ୱଳନ୍ତ ଉଦାହରଣ। ଆମେ ନିର୍ବାଚିତ କରି ପଠାଇଥିବା ଜନ ପ୍ରତିନିଧି ମାନେ ତାଙ୍କୁ ବୋଧେ ଏହି ସାହାସ ଦେଉଛନ୍ତି ବୋଲି ଆମର ସନ୍ଦେହ ହେଉଛି। ନ ହେଲେ ଆମ ସାଂସଦ ସଂଗୀତା କୁମାରୀ ସିଂଦେଓ, ଦୁଇ ବିଧାୟକ ରଘୁନାଥ ଜଗଦଳା ଓ ନିରଞ୍ଜନ ପୁଝାରୀଙ୍କ ଉପସ୍ଥିତିରେ ଚାଷୀ ନେତାଙ୍କୁ ଘୋଷାଡି ନେଲା ଭଳି ଅଗଣତାନ୍ତ୍ରିକ କାର୍ଯ୍ୟ ହେଲା ଅଥଚ ନା ସେମାନେ ଏହା ବିରୋଧରେ କିଛି କହିଲେ ନା ସମବେଦନା ଜଣାଇଲେ। ନବନିର୍ମାଣ କୃଷକ ସଂଗଠନ ରାଜ୍ୟର ଏକ ଅଗ୍ରଣୀ ସଂଗଠନ। ଯେଉଁ ସମୟରେ ପୂର୍ବ ସରକାରର ଅଫିସର ରାଜ ଚାଲୁଥିଲା ବିରୋଧୀ ଦଳ ଗୁଡ଼ାକ ଯେତେ ବିରୋଧ କରୁ ନ ଥିଲେ ବେଶୀ ବିରୋଧ ପ୍ରଦର୍ଶନ କରୁଥିଲା ନବନିର୍ମାଣ କୃଷକ ସଂଗଠନ। ତେଣୁ, ଏହି ନୂତନ ସରକାର ବି ଅଫିସରରାଜକୁ ହିଁ ପ୍ରଦର୍ଶିତ କରୁଛି।ଜିଲ୍ଲାପାଳ ଯେଉଁ ଭାବରେ "ତୁମେ ରୋଟି ସେକନା ହୈ ତୋ ଜାଓ.." ଭଳି ଉଦ୍ଧତ ବୟାନ ଦେଲେ ଏହାର ଦୁଇଟି ଅର୍ଥ ଥାଇପାରେ ଯୋଉ ଦୁଇଟା ହିଁ ଘୃଣ୍ୟ। ଯଦି ସେ ଜଣେ ମହିଳା ନେତ୍ରୀଙ୍କୁ ଘରକୁ ଯାଇ ରୋଟି ସେକିବାକୁ କହିଲେ ସେ ସାଧାରଣ ନାରୀର କାର୍ଯ୍ୟକୁ ଘୃଣ୍ୟ ଦୃଷ୍ଟିରେ ଦେଖିଲେ ଏବଂ ଯଦି ରାଜନୀତିର ରୋଟି ନ ସେକିବା ପାଇଁ କହିଲେ ସେ ଜଣେ ନାରୀ ନେତୃତ୍ୱଙ୍କୁ ନିରୁତ୍ସାହିତ କଲେ। କେନ୍ଦ୍ର ସରକାର ଯୋଉ ନାରୀ ଶକ୍ତି ବନ୍ଦନ ଅଧିନିୟମ ଆଣି ଏକ ତୃତୀୟାଂଶ ମହିଳାଙ୍କ ପାଇଁ ସିଟ ସଂରକ୍ଷଣ କରୁଛନ୍ତି ଏହା କେଉଁ ଉଦ୍ଦେଶ୍ୟରେ ବୋଲି ସୋନାଲି ବିଶି ପ୍ରଶ୍ନ କରିଛନ୍ତି। କେବଳ ରାଜନୀତିରେ ଥିବା ବ୍ୟକ୍ତି ମାନଙ୍କ ସ୍ତ୍ରୀ, ଝିଅ ମାନଂକୁ ନେତା କରିବା ପାଇଁ ନା ସାଧାରଣ ଚାଷୀ ଘର ର ଝିଅ ବୋହୁ ଜଣେ ବି ଆଜି ରାଜନୀତିରେ ନେତୃତ୍ୱ ନେବା କଥା ଚିନ୍ତା କରିପାରିବ ବୋଲି ସେ ପଚାରିଛନ୍ତି। ସରକାର ନିଜର ପକ୍ଷ ସ୍ପଷ୍ଟ କରନ୍ତୁ ବୋଲି ସେ ସେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଙ୍କୁ ଆହ୍ଵାନ କରିଛନ୍ତି। ଆମେ ସେହି ବୈଠକରେ  ଉପସ୍ଥିତ ରହୁଥିଲୁ ବିଗତ ବର୍ଷ ଗୁଡ଼ିକରେ।ପ୍ରଶାସନକୁ ଚାଷୀ ର ପ୍ରତ୍ୟେକ ମୁଖ୍ୟ ସମସ୍ୟା କହିକି ବୋଧେ ଅଡ଼ୁଆରେ ପକାଉଥିଲୁ। ଆଗରୁ ଥିବା ସମ୍ବେଦନଶୀଳ ଜିଲ୍ଲାପାଳ ମାନେ ଧାନ କିଣା ସମୟରେ ପ୍ରତ୍ୟକ୍ଷ ଭାବେ ଫୋନ୍ ଯୋଗେ ଆମ ସହ ଯୋଗାଯୋଗ ରେ ରହୁଥିଲେ। ଯୋଉ ଜାଗା ରେ ଧାନ ପଡ଼ି ରହୁଥିଲା ଜଣାଇଲେ ଜଲଦି ସମାଧାନ କରୁଥିଲେ। ପୁଆ ଓ ହିଲୁଙ୍ଗ ମଣ୍ଡି ଏହାର ଉଦାହରଣ। କିନ୍ତୁ ଏହି ଜିଲ୍ଲାପାଳ ଉଦ୍ଦେଶ୍ୟମୂଳକ ଭାବେ ନିଷ୍କ୍ରିୟ ରହୁଛନ୍ତି। ଚାଷୀ ର କୌଣସି ସମସ୍ୟା ପ୍ରତି ତାଙ୍କର ନଜର ନାହିଁ। ସେଦିନ ଆମେ ବୈଠକ କୁ ଯାଇଥିଲେ କଣ ଟା ପଚାରିଥାନ୍ତୁ? 
1. ସରକାର ନିଜେ ଧାନ କିଣିବି କହି କାହିଁକି ପୁଣି ମିଲର ମାନଙ୍କ ହାତ ରେ ଟେକି ଦେଉଛନ୍ତି?
2.  ବସ୍ତା ପଇସା ମିଲର ପାଉଥିବା ବେଳେ ଏ ଯାଏଁ ମଣ୍ଡି ମାନଙ୍କୁ ବସ୍ତା ପହଞ୍ଚି ନାହିଁ କାହିଁକି? ବସ୍ତା ପଇସା ଚାଷୀ କୁ ସିଧାସଳଖ ଦିଆଯାଉ ନାହିଁ କାହିଁକି?
3.ନୂଆଁ ମେସିନ୍ ର ବ୍ୟବସ୍ଥା ରେ ଚାଷୀ କୁ ସଚେତନ କେବେ କରାଯିବ? 
4. ବରଗଡ଼ ରେ କାଲିଠୁ, ବଲାଙ୍ଗୀର ରେ ଡିସେମ୍ବର ୨ ରୁ ମଣ୍ଡି ଖୋଲୁଥିବା ବେଳେ ସମାନ ଭୌଗୋଳିକ ସ୍ଥିତି ଥାଇ ମଧ୍ୟ ସୋନପୁର ରେ ମଣ୍ଡି ଖୋଲିବାରେ ଏତେ ବିଳମ୍ବ କାହିଁକି ଓ କାହା ସ୍ବାର୍ଥ ରେ? ଏ ସି ରୁମ୍ ରେ ବସି ଚାଷୀ ଭାଗ୍ୟ ଲେଖୁଥିବା ଜିଲ୍ଲାପାଳ ଏତେ ଦିନ କଣ ଦୁର୍ନୀତି ରୋଟି ସେକିବେ କି?
ଏମିତି ଆହୁରି ମୌଳିକ ଅସୁବିଧା ଆମେ ସମ୍ମୁଖ କୁ ଆଣିଥାନ୍ତୁ। କିନ୍ତୁ ନୂତନ ଲୁଟ ତନ୍ତ୍ର ରେ ଏହା କେତେ ଅସୁବିଧା କରିଥାଆନ୍ତା ଯେ ଚାଷୀ ଙ୍କ ପାଇଁ ଆତଙ୍କବାଦୀ ଭଳିଆ ପୋଲିସ ପ୍ଲାଟୁନ କୁ ମୁତୟନ କରାଗଲା ଓ ଘୋଷାଡି କି ଫିଙ୍ଗି ଦିଆଗଲା। ଏପରିକି ଏସପି ନିଜେ ସେଠାରେ ରହି ଏ ସବୁ କରାଇଲେ। ମହିଳା ନେତ୍ରୀ ଙ୍କୁ ବି ସ୍ପର୍ଶ କଲେ। ଏହା କୋଉ ସ୍ଵାଧୀନ ଭାରତ ର କାନୁନ୍? ଜନପ୍ରତିନିଧିଙ୍କ ଉପସ୍ଥିତି ରେ ଜିଲ୍ଲାପାଳଙ୍କ ଏହି ନାରୀ ଙ୍କ ପ୍ରତି ଘୃଣ୍ୟ ମନ୍ତବ୍ୟ କୁ ସାରା ଜିଲ୍ଲା ରେ ପହଞ୍ଚାଯିଵ ଓ ସଂଗଠନ ମଜବୁତ୍ କରି ଗାଁ ଗାଁ ରେ ନାରୀ ନେତୃତ୍ୱ ଓ ଚାଷୀ ନେତୃତ୍ୱ ଠିଆ କରାଯିବ ବୋଲି ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ ପାଢ଼ୀ କହିଛନ୍ତି। ଏ ଭଳି ସମ୍ବେଦନହୀନ, ଦୁର୍ନୀତିରାଣୀ ଜିଲ୍ଲାପାଳଙ୍କୁ ଶୀଘ୍ର ବଦଳି କରିବା ପାଇଁ ଉପଦେଷ୍ଟା ରାଜେନ୍ଦ୍ର ମିଶ୍ର କହିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଟିଟଲାଗଡ ରେଳ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୩ ରୁ ୬ ଯୁବତୀଙ୍କ ଠାରୁ ଗଞ୍ଜେଇ ଜବତ   30-Sep-2026
  ଜିଲ୍ଲା  
ଟିଟିଲାଗଡ ଉପଖଣ୍ଡସ୍ତରୀୟ ଡାକ୍ତରଖାନାର ପ୍ରସ୍ଥାନ ଗେଟ ଖୋଲିବାକୁ ଦାବି   30-Sep-2026
  ଜିଲ୍ଲା  
ଉଠା ଜଳସେଚନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ଇଂ ସଚ୍ଚିଦାନନ୍ଦ ଦଳାଇ ଙ୍କ ପଦୋନ୍ନତି ଓ ଅବସରକାଳୀନ ବିଦାୟ କାଳୀନ ସମ୍ବର୍ଦ୍ଧନା   30-Sep-2026
  ଜିଲ୍ଲା  
ପାପଡାହାଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଉଦଘାଟନ,   30-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟ ରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ |   30-Sep-2026
  ଜିଲ୍ଲା  
ଘେଁସ ରେ ନୂଆଁଖାଇ ଭେଟଘାଟ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ,   30-Sep-2026
  ଜିଲ୍ଲା  
ବରପାଲି ରେ ନାବ୍ୟା ସିଲିଣ୍ଡର ର ଉନ୍ମୋଚନ   30-Sep-2026
  ଜିଲ୍ଲା  
ପ୍ରେରଣା ନ୍ୟୁଜ୍ ପୋର୍ଟାଲର ଷଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା    30-Sep-2026
  ଜିଲ୍ଲା  
୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ,   30-Sep-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ଓ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ   30-Sep-2026
  ରାଜ୍ୟ  
ବୃନ୍ଦାବନ ଧାମ ଦର୍ଶନ କଲେ କୁଟୁମଡୋଳା ଗୁପ୍ତେଶ୍ୱର କୀର୍ତ୍ତନ ମଣ୍ଡଳୀର ୬୮ ଭକ୍ତ   30-Sep-2026
  ଜିଲ୍ଲା  
ପ୍ରବାସୀ ଶ୍ରମିକ ପ୍ରଥା ହ୍ରାସ ପାଇଁ ବିଭାଗୀୟ ପଦକ୍ଷେପ ବଢ଼ାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ   30-Sep-2026

You Might Also Like