-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
22-Nov-2024
ବରଗଡ:(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ମାନପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଷଷ୍ଠ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।ଜାରିଂ ସିଆରସିସି ରାଜେଶ୍ଵର ବେହେରାଙ୍କ ଅଧ୍ୟକ୍ଷତାରେ କ୍ଷେତରପଡା ପ୍ରାଥମିକ ସ୍କୁଲର ପ୍ରଧାନଶିକ୍ଷକ ସୌଦାମିନୀ ମାଝୀ,ସ୍ଥାନୀୟ ସ୍କୁଲର ପ୍ରଧାନଶିକ୍ଷକ ଦିଲ୍ଲୀପ କୁମାର ପୁରୀ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। ସ୍ଥାନୀୟ ସ୍କୁଲର ଛାତ୍ରୀମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। ଶିକ୍ଷକ ଟିଟୋରାମ ଲୁହା ଦ୍ଵିତୀୟ ଓ ତୃତୀୟ ଶ୍ରେଣୀକୁ କିଭଳି ସମ୍ମିଳିତ ଭାଵେ ଆନନ୍ଦଦାୟକ ପ୍ରଣାଳୀରେ ଶିକ୍ଷା ଦାନ ପ୍ରଦର୍ଶନ କରିଥିଲେ।ପରେ ଶିକ୍ଷୟିତ୍ରୀ ଗୀତାଞ୍ଜଳି ସାହୁ ଶୈକ୍ଷିକ କ୍ୟାଲେଣ୍ଡର ବିଷୟରେ ଆଲୋଚନା କରିଥିଲେ।ଏକକ ଓ ବହୁ ଶ୍ରେଣୀୟ ପାଠ ଯୋଜନା ଉପରେ ଆଲୋଚନା ହୋଇଥିଲା।ପିଲାଏ କିଭଳି ନିଜର କ୍ୟାରିୟର ଗଠନ କରି ପାରିବେ,ସେ ସଂପର୍କରେ ରହିଥିବା କ୍ୟାରିୟର ମାର୍ଗଦର୍ଶନ ଓ୍ଵେଵସାଇଟ ବିଷୟରେ ସବିଶେଷ ଆଲୋଚନା ହୋଇଥିଲା। ପୂର୍ଣ୍ଣିମା ସା,ଉର୍ମିଳା ସ୍ଵାଇଁ,ପାର୍ଥଵ ଚରଣ ଦାଶ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। କ୍ଲଷ୍ଟରର ଦଶଟି ସ୍କୁଲର ପ୍ରଧାନଶିକ୍ଷକ, ଏଫ୍ ଏଲ ଏନ୍ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ। ଶିକ୍ଷକ ଗେହ୍ଲାମଣି ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।