-+91-9937148622 |
prerana_bgr@rediffmail.com |
Monday 22nd June 2026 |
R.N.I. Regd No. ODIODI/2010/46693
Breaking News
16-Nov-2024
ନର୍ଲା (ଚିନ୍ତାମଣି ନାଏକ )
କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ୍ ସ୍ଥିତ ନର୍ଲା ଡାକ ବଙ୍ଗଳା ପରିସରରେ ନର୍ଲା ଓଜେୟୁ ଶାଖା ପ୍ରେସ ଏସୋଶେଷନ ର ସଭାପତି ଶ୍ରୀଯୁକ୍ତ ଚିନ୍ତାମଣି ନାଏକ ଙ୍କ ସଭାତିତ୍ବରେ ଜାତୀୟ ପ୍ରେସ ଦିବସ ୨୦୨୪ ପାଳିତ ହୋଇଯାଇଛି ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଏମ୍ ରାମପୁର ବାର୍ ଆସୋସିଏସନ୍ ର ବରିଷ୍ଟ ଆଇନ୍ ଜୀବୀ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ପଣ୍ଡା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନର୍ଲା ତହସିଲଦାର ଶ୍ରୀଯୁକ୍ତ ବଳଦେବ ବେହେରା ଓ କଳାହାଣ୍ଡି କୃଷକ ସଙ୍ଗଠନ ନେତା ତଥା ସମାଜସେବୀ ଦୁର୍ଯୋଧନ କୁମାର ଏବଂ କେସିଙ୍ଗା ବ୍ଳକ୍ ନିର୍ମଳ ଟିଭି ଏମ୍ ଡି ନୃପରାଜ୍ ସାହୁ ଆଇନଜୀବୀ ସଞ୍ଜୟ କୁମାର ସାହୁ ସମାଜ ସେବି ଯୁଗେଶ କୁମାର ନାଏକ ପ୍ରମୁଖ ଉପସ୍ଥିତଥିଲେ, ଏଵଂ ଗଣତନ୍ତ୍ର ର ପବିତ୍ର ଚତୁର୍ଥ ସ୍ତମ୍ବ କୁ ଶୃଙ୍ଖଳିତ ଭାବରେ ପରିଚାଳନା କରି ନିରପେକ୍ଷ ଓ ନିର୍ଭୀକ ତଥ୍ଯ ଭିତ୍ତିକ ଖବର ପ୍ରସାରଣ କଲେ ସମାଜ ତଥା ଦେଶର ଉନ୍ନତି ହୋଇପାରିବ ବୋଲି ମତ ପ୍ରକାଶ କରିଛନ୍ତି
ଏହି କାର୍ଯ୍ୟକ୍ରମରେ ସମ୍ପାଦନ ସନ୍ତୋଷ କୁମାର ପାତ୍ର ମଞ୍ଚ ପରିଚଳନା କରିଥିବା ବେଳେ ସଙ୍ଘ ର ବରିଷ୍ଟ ସଦସ୍ୟ ଭିକାରି ଗୌଡ଼ ଡୋଳାମଣୀ ସାହୁ ସଂଜୀବ ଦାଶ ସଦାଶିବ ନାଗ ନରୋତମ ପାୟସିଂ ଅଜିତ ମାଝୀ ବାବୁଲାଲ ବାଗ ତପନ ସାହୁ ଗଣେଶ ଭୋଇ ଚତୂର୍ଭୁଜ ନାଏକ ଜଗରନ୍ନାଥ ନାଏକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସକ୍ରିୟ ଅଂଶଗ୍ରହଣ କରିଥିଲେ ଏବଂ ସଂଘ ର ଉପଦେଷ୍ଟା ମଣ୍ଡଳୀ ମୁଖ୍ୟ ତଥା ଯୁବ ଆଇନ୍ ଜୀବି ଦୀପକ୍ କୁମାର ସାହୁ ମାର୍ଗ ଦର୍ଶନ ଦେଇଥିଲେ