-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
16-Nov-2024
ଆଗଲପୁର, (ବିନୋଦ ଦୀପ) ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ରିନବଚ୍ଚନ ପଞ୍ଚାୟତ ଅନ୍ତର୍ଗତ ଗୌରପାଲି ଗ୍ରାମରେ ଶ୍ରୀମଦ୍ ଭାଗବତ ସପ୍ତାହ ପାରାୟଣ କାର୍ଯକ୍ରମ ଦୀର୍ଘ ସାତ ଦିନ ଧରି ଅନୁଷ୍ଠିତ ହୋଇଥିଲା l ଏହି କାର୍ଯକ୍ରମ ଗତ ନଅ ତାରିଖ ରୁ ଆରମ୍ଭ ହୋଇ ଆଜି ତଥା କାର୍ତ୍ତିକ ପୂର୍ଣ୍ଣିମା ରେ ଉଦଯାପିତ ହୋଇଯାଇଛି l ପ୍ରଥମେ ଏକ କଳସ ଶୋଭାଯାତ୍ରା ବାହାରି ଗ୍ରାମ ପରିଭ୍ରମଣ କରି ନିକଟସ୍ଥ ପୋଖରୀରୁ ଜଳ ଆଣି ପୂଜାମଣ୍ଡପ ରେ ସ୍ଥାପନ କରା ଯାଇଥିଲା । ଏହି ପାରାୟଣ କାର୍ଯକ୍ରମ ଦୀର୍ଘ 14 ବର୍ଷ ହେଲା ଅନୁଷ୍ଠିତ ହେଉଥିବା କମିଟି ପ୍ରକାଶ କରିଛନ୍ତି l ଦୀର୍ଘ ବାର ବର୍ଷ ରାମାୟଣ ପଠନ କରା ଯାଉଥିବା ବେଳେ ଏବେ ଦୁଇବର୍ଷ ହେଉଛି ଭାଗବତ ସପ୍ତାହ ପାରାୟଣ କରାଯାଉଛି l ବ୍ୟାସ ଭାବରେ ଶ୍ରୀଯୁକ୍ତ ସୁନିଲ ମିଶ୍ର ଭାଗବତ ପୁରାଣ ପାଠ କରୁଥିଲେ ତା ସହିତ ବିଭିନ୍ନ ଭଜନ କୀର୍ତ୍ତନ ମାଧ୍ୟମରେ ଭକ୍ତ ମାନେ ଆନନ୍ଦ ଉଲ୍ଲାସ ର ସହିତ ବିଭୋର ହୋଇ ନୃତ୍ୟ କରୁ ଥିବାର ଦେଖିବାକୁ ମିଳିଥିଲା l ଶହ ଶହ ସଂଖ୍ୟାରେ ଭକ୍ତମାନେ ଯୋଗଦାନ କରି ପାରାୟଣ କାର୍ଯକ୍ରମ ରେ ଭାଗନେଇ ପ୍ରଭୁ ଶ୍ରୀ ରାଧାକୃଷ୍ଣ ଙ୍କ ର ଗୁଣଗାନ କରି ତାଙ୍କର ଆଶୀର୍ବାଦ ଲାଭ କରିବା ପାଇଁ ତାଙ୍କର ଗୁଣ ଗାନ କରୁଥିଲେ l.କର୍ତ୍ତା ଭାବରେ ଗଣେଷ ସ୍ୱାଇଁ ଓ ତାଙ୍କ ଧର୍ମ ପତ୍ନୀ ଲକ୍ଷ୍ମୀ ସ୍ୱାଇଁ ଦାୟିତ୍ଵ ତୁଲାଇ ଥିଲେ l କମିଟି ର ସଦସ୍ୟ ମାନେ ଦୀର୍ଘ ସାତ ଦିନ ଧରି ଉକ୍ତ ପାରାୟଣ କାର୍ଯକ୍ରମ କୁ ପୂର୍ଣ୍ଣ ସହଯୋଗ କରି ସଫଳ କରିଥିଲେ। ସେମାନେ ହେଲେ ସର୍ବ ଶ୍ରୀ କାମେଶ୍ୱର୍ ଦୋରା, ରୋହିତ ଦୋରା, ସଞ୍ଜୀବ ଦୋରା, ମନୋହର ଦୋରା, ଆନନ୍ଦ ଦୋରା, ଶ୍ରୀମନ୍ତ ଦୋରା,ସୁବାସ, ସଙ୍ଖାଳି, ନନ୍ଦ ମୋହନ, ଅଜିତ୍ ପ୍ରଭୃତି ସଦସ୍ୟ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ। ଏମିତି କାର୍ଯକ୍ରମ ହେବାଦ୍ବାରା ସମାଜ ରେ ମଣିଷ ମାନଙ୍କ ମଧ୍ୟରେ ଭକ୍ତି ଭାବ ଜାଗ୍ରତ ହେଉଥିବା ଦର୍ଶକ ମାନେ ପ୍ରକାଶ କରିଛନ୍ତି l