-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
15-Nov-2024
ନବରଙ୍ଗପୁର (ମିହିର ଶଙ୍କର ପାତ୍ର)
ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରମୁଖ ସହର ଜୟପୁର ରେ ହିନ୍ଦୁ ସମାଜ ଦ୍ବାରା ଅନୁଷ୍ଠିତ ହେଲା ଓ୍ବାକ ବୋର୍ଡ ବିରୋଧରେ ହିନ୍ଦୁ ଧର୍ମ ସଭା। ସମସ୍ତ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ଲଳିତ ଅଗ୍ରୱାଲ। ନିରଞ୍ଜନ ପାଣିଗ୍ରାହୀ ଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି ଧର୍ମ ସଭା ରେ କ୍ରାନ୍ତି ବାବା, ହିନ୍ଦୁ ମହାସଂଘ ପ୍ରମୁଖ ଜୟନ୍ତ କୁମାର ପାତ୍ର, ବିଶ୍ଵାମିତ୍ରାନନ୍ଦ ଗିରି, ବାବୁ ଭାଇ ବଜରଙ୍ଗୀ, ରଜନୀକାନ୍ତ ନାୟକ,ଏବଂ ଅନ୍ୟମାନେ ଓ୍ବାକ ବୋର୍ଡ ବିରୋଧରେ ନିଜ ଅଭିଭାଷଣ ପ୍ରଦାନ କରିଥିଲେ। ହିନ୍ଦୁ ମହାସଂଘ କେନ୍ଦ୍ରୀୟ ମିଡ଼ିଆ ସଂଯୋଜକ ଉମାକାନ୍ତ ବିଷୟୀ, ମନୋଜ ମହାଙ୍କୁଡ, ନିଖିଳ ସାହୁ, ଶ୍ରୀରାମ ମୁଦୁଲି, ବରୁଣ ଜୈନ, ଲୋକନାଥ ପାଣିଗ୍ରାହୀ, ଅରୁଣ ବେହେରା,ଅଭି ନାୟକ, ସତ୍ୟ ପାଢ଼ୀ, ରାଜେଶ ପାତ୍ର, ଶାନ୍ତୁନୁ ପଣ୍ଡା, ଏବଂ ଜୟପୁର ହିନ୍ଦୁ ସମାଜ, ହିନ୍ଦୁ ମହାସଂଘ, ବିଶ୍ବହିନ୍ଦୁ ପରିଷଦ ତଥା ଅନ୍ୟାନ୍ୟ ସଂଗଠନ ର ପ୍ରମୁଖ କାର୍ଯ୍ୟକର୍ତ୍ତା ମଧ୍ୟ ଉପସ୍ଥିତ ଥିଲେ।