-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
14-Nov-2024
(ଡୋଲେଶ୍ୱର ବାଗ )
ନୂଆପଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟ ପରିସର ମଧ୍ୟ ରେ ବିଶ୍ଵ ଡାଇବେତିଜ୍ ଦିବସ ପାଳିତ ହୋଇଯାଇଅଛି। ଏହି ଉପଲକ୍ଷେ ଏକ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଅଛି। ଶିବିର କୁ ଜିଲ୍ଲାପାଳ ମଧୁସୂଦନ ଦାସ ଉଦ୍ଘାଟନ କରି ସ୍ବାସ୍ଥ୍ୟ ମନୁଷ୍ୟ ଜୀବନ ଅମୂଲ୍ୟ ସମ୍ପଦ ଅଟେ। ତେଣୁ ଏହାର ଯତ୍ନ ନେବା ନାଗରିକଙ୍କ ନୈତିକ କର୍ତ୍ତବ୍ୟ ଅଟେ ବୋଲି ପ୍ରକାଶ କରିଛନ୍ତି। ଏହି ଶିବିର ରେ ଜିଲ୍ଲାପାଳ ନିଜ ଉଚ୍ଚ ରକ୍ତଚାପ ଏବଂ ମଧୁମେୟ ପରୀକ୍ଷା କରିଛନ୍ତି। ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗ ଦେଇଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ ଧରଣୀ ଧର ସେନାପତି, ଜିଲ୍ଲା ପ୍ରକଳ୍ପ ପ୍ରବନ୍ଧକ ଦିଲୀପ ଦୁବେ, ସମସ୍ତ ଅଧିକାରୀ ଯୋଗ ଦେଇ ନିଜ ସ୍ବାସ୍ଥ୍ୟ ପରୀକ୍ଷା କରିଛନ୍ତି।