ରେଳ ଧାରଣାରୁ ଅଚିହ୍ନା ଯୁବକ ର ଶବ ଉଦ୍ଧାର
14-Nov-2024
ବ୍ରହ୍ମପୁର: ଗୋଳନ୍ଥରା ଥାନା ଅର୍ନ୍ତଗତ ମଦନମୋହନ ପୁର ଲେବଲ୍ କ୍ରସିଂ ରେଳ ଧାରଣାରୁ ଅଚିହ୍ନା ଯୁବକ ର ଶବ ଉଦ୍ଧାର କରାଯାଇଛି। ମୃତ ଯୁବକ ର ଏକ ହାତ ପାପୁଲି କଟି କିଛି ଦୁରରେ ପଡ଼ିଥିବା ବେଳେ ତା'ର ପରିଚୟ ମିଳିନାହିଁ। ସକାଳୁ ସକାଳୁ କୌଣସି ଚଳନ୍ତା ରେଳ ରୁ ଖସି ପଡିଥିବା ଅନୁମାନ କରାଯାଉଛି। ଖବର ପାଇ ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଚଳାଇଛନ୍ତି।
(କୈଳାଶ ଚନ୍ଦ୍ର ଚୌଧୁରୀଙ୍କ ରିପୋର୍ଟ)