-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
12-Nov-2024
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ମନ୍ଦିର ମାଳିନୀ ସୋନପୁର ସହରରେ ବର୍ତ୍ତମାନ ସଞ୍ଜ ନଇଁଲେ ଚାରି ଆଡେ଼ ଦିଶୁଛି ଅନ୍ଧାର। ବହୁଦିନ ରୁ ସବୁ ଆଡ଼େ ଅନ୍ଧାର ଭୟଭୀତ ଅବସ୍ଥା ରେ ଯିବା ଆସିବା କରୁଛନ୍ତି ଲୋକେ ସହର ରେ l ସବୁଆଡେ ଖାଁ ଖାଁ ଲାଗୁଛି l କେହି ଶୁଣୁନି କାହାର କଥା, ସତେ ଯେମିତି ପ୍ରଶାସନ କି ରାଜନେତା କେହି ନାହିଁ ମୂରବୀ ବିହୀନ ଜିଲ୍ଲା କି ବୋଲି ପ୍ରଶ୍ନ କରୁଛନ୍ତି ବାହାର ର ପର୍ଯ୍ୟଟକ l ଜନଗହଳି ପୂର୍ଣ୍ଣ ସହର ର ବସଷ୍ଟାଣ୍ଡ ସମେତ ମୁଖ୍ୟ ମାର୍କେଟ ରାସ୍ତା ଗୁଡିକ ଅନ୍ଧାର ଘେରରେ ରହୁଛି। ତହସିଲ ଛକରୁ ଆରଟିଓ ଅଫିସ ଛକ, ବ୍ଲକ ଛକରୁ କୁଞ୍ଜ ଛକ, ନଳିନୀ ଛକରୁ ତେଲ ନଦୀ ବ୍ରିଜ ଛକ ସମେତ ସମସ୍ତ ୱାର୍ଡ ର ଗଳିକନ୍ଦି ରାସ୍ତା ମଧ୍ଯ ଅନ୍ଧାର। ଏପରିକି ଖୋଦ୍ ଜିଲ୍ଲାପାଳ ଅଫିସ୍ ସମ୍ମୁଖ ରାସ୍ତା ରେ ବି କିଟ୍ କିଟ୍ ଅନ୍ଧାର l ଏପଟେ ପୁଣି ଆମ ରାଜ୍ୟ ର ବିଦ୍ୟୁତ୍ ବିଭାଗ ମନ୍ତ୍ରୀ ତଥା ଡେପୁଟି ସି ଏମ ମଧ୍ୟ ଯିବା ଆସିବା କରୁଛନ୍ତି l ପବିତ୍ର କାର୍ତ୍ତିକ ମାସରେ ସମସ୍ତ ମନ୍ଦିର ରାସ୍ତା ମାନଙ୍କରେ ମଧ୍ୟ ଅନ୍ଧାର ରେ ଯିବା ଆସିବା କରୁଥିବା ମହିଳା ଭକ୍ତ ସବୁ ଅସୁରକ୍ଷିତ ମଣୁଛନ୍ତି । ମେଣ୍ଟେନାନ୍ସ ଅଭାବ ରୁ ବର୍ତ୍ତମାନ ଅବ୍ୟବସ୍ଥା ଘେରରେ ସହରୀକରଣ ଆଲୋକ ବ୍ୟବସ୍ଥା। ସୋନପୁର ମ୍ୟୁନିସପାଲିଟି ଆଲୋକିକରଣ ବ୍ୟବସ୍ଥା ବଜାଜ କମ୍ପାନୀ ଠିକା ନେଇଥିବା ବେଳେ ଭୁବନେଶ୍ବରର ଗ୍ଲାଡିଅର୍ସ ନାମକ ସଂସ୍ଥାକୁ ଦାୟିତ୍ଵ ପ୍ରଦାନ କରିଛି। ଉକ୍ତ ସଂସ୍ଥା ଅଧୀନରେ ତିନିଜଣ ଅସ୍ଥାୟୀ କର୍ମଚାରୀ କାମ କରୁଥିବା ବେଳେ ସେମାନେ ଦୀର୍ଘ ତିନି ମାସ ହେଲା ଦରମା ପାଇନଥିବା ଅଭିଯୋଗ କରିଛନ୍ତି। ପୁଣି କମ ଦରମାରେ କାମ କରିବା ପାଇଁ କମ୍ପାନୀ ବାଧ୍ୟ କରୁଥିବା ଅଭିଯୋଗ ଆଣିଛନ୍ତି କର୍ମଚାରୀ। ଏଠି ପ୍ରଶ୍ନ ଉଠେ ଯେ ଲୋକ ଙ୍କ ସେବା ପାଇଁ ନେତା ନେତ୍ରୀ ମାନେ ନିର୍ବାଚିତ ହୋଇଛନ୍ତି, ନା ଶୋଷଣ ଲୁଣ୍ଠନ ପାଇଁ l ପବ୍ଲିକ ବି ଚୁପ୍ ସବୁବେଳେ l ସାମ୍ବାଦିକ ମାନେ ଲେଖିଦେଲେ ସବୁ ସମାଧାନ ବୋଲି କେବଳ ଚର୍ଚ୍ଚା କରିବେ ସବୁଠି l ଅଭିଯୋଗ ନେଇ ନେତା ଙ୍କ ଫ୍ରଣ୍ଟ କୁ ଆସିବାକୁ ସାହସ କରିବେନି କେହି l ଦୀର୍ଘ ବର୍ଷ ରୁ ଏଠି ଗୋଳିଆ ରାଜନୀତି ପାଇଁ ସବୁ ବିଭାଗ ରେ ଅଳିଆ l ପୁରା ପାଣି ଗୋଳିଆ ନା କାମ ଦେବ କୋଉ ଫିଲ୍ଟର ନା ଏକ୍ୟୁଆଗାର୍ଡ l ଏଠି କେବଳ ସାହା ଭରଷା ସେଇ ଏକା କାଳିଆ l