-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
11-Nov-2024
ବରପାଲି(ସୁଦାମ ଦୀପ): ବରପାଲି ବ୍ଲକ ଅନ୍ତର୍ଗତ କାଇଁଶିର ପଞ୍ଚାୟତ ପ୍ରଧାନ ଟିକିରାରେ ଦଶମ ତମ ମହିମା ବିଶ୍ବଶାନ୍ତି ମହାଯଜ୍ଞ କୈଳାଶ ବାବାଙ୍କ ତତ୍ତ୍ଵାବଧାନରେ ପରିଚାଳିତ ହୋଇଥିଲା। ଘନଶ୍ଯାମ ପ୍ରଧାନଙ୍କ ସଂଯୋଜନାରେ ଦ୍ବିଦିବସୀୟ ଭାବରେ ମହାଯଜ୍ଞ ସଂଚାଳିତ ହୋଇଥିଲା। ତିର୍ଥବାସୀ ପଧାନ, ପ୍ରତିମା ପ୍ରଧାନ, ବଳରାମ ପଧାନ, ଅନିତା ପଧାନ, କଳ୍ପ ପଧାନ, ଗିତାଞ୍ଜଳୀ ପଧାନ, ବୁଲୁ ପଧାନ, ରିନା ପଧାନ ପ୍ରମୁଖ ପୂଜାର୍ଚ୍ଚନା କାର୍ଯ୍ଯରେ ସହଯୋଗ କରିଥିଲେ। ଗତ ଶନିବାର କଳସ ଶୋଭାଯାତ୍ରା ବାହାରି ପରିକ୍ରମା ମାଧ୍ୟମରେ ମଣ୍ତପରେ କଳସ ସ୍ଥାପନ ସହ ନୀତିକାନ୍ତି ଆରମ୍ଭ କରାଯାଇଥିଲା। ମହାଦୀପ, ଝାଡଦୀପ ପ୍ରଜ୍ବଳନ ସହ ଯଜ୍ଞ ଅନୁଷ୍ଠାନ ମାଧ୍ୟମରେ ଆହୂତୀ ପ୍ରଦାନ ପର୍ବ ପାଳିତ ହୋଇଥିଲା। ରବିବାର ଯଜ୍ଞର ପୂର୍ଣ୍ଣାହୁତି ଉତ୍ସବ ସମ୍ପର୍ଣ୍ଣ ସହ ଭକ୍ତମାନଙ୍କ ଆଶିର୍ବାଦ କାମନା ପର୍ବ ସମାପନ ହୋଇଥିଲା। କାର୍ଯ୍ଯକ୍ରମରେ ବହୁ ଅଲେଖ ଧର୍ମାବଳମ୍ବୀ ସାଧୁ ସନ୍ଥ ଯୋଗ ଦେଇଥିବା ବେଳେ ଅଞ୍ଚଳର ବହୁ ଭକ୍ତ ମାନଙ୍କ ସମାଗମ ହୋଇଥିଲା।