-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
07-Jan-2021
କୋକସରା(ତ୍ରିନାଥ ବେଶ୍ରା)
ଆଜିର ଦିନରେ ମଧ୍ୟ ନିଜେ ନ ଖାଇ ଅନ୍ୟକୁ ଖୁଆଇ ଚର୍ଚ୍ଚା ର ପରିସରରେ ଆସିଛନ୍ତି ଏକ ବାବା, ସେ ହେଉଛନ୍ତିକଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ କାଉଡୋଳା ଗ୍ରାମର ବାବା ଜୟଲାଲ ମାଝୀ ବୟସ-୭୦ ସେ ମୋଟ୍ରା ନଦୀ ପାଖରେ ଦୁଇ ତିନି ଏକର ଜମିରେ ବିଭିନ୍ନ ପ୍ରକାର ଫଳ ବୃକ୍ଷ ଶହ କଦଳୀ ଗଛ, ଆମ୍ବ ଗଛ ,ପିଜୁଳି ଗଛ ଲଗାଇ ଥିବା ସହ ସେ ବିଭିନ୍ନ ପ୍ରକାର ପନିପରିବା ଚାଷ କରି ସେ ଗରିବ ଲୋକମାନଙ୍କୁ ସେ ଦାନ କରିଥାନ୍ତି lସୂଚନା ଯୋଗ୍ୟ ଯେ ଆଜକୁ ପ୍ରାୟ ସାତ ବର୍ଷ ହେବ ସେ ଅର୍ଣ୍ଣ ଭକ୍ଷଣ କରୁନଥିବା କହିଛନ୍ତି,ଆଉ କିଛି ପନିପରିବା ବିକ୍ରୟ କରି ଫଳ ମୂଳ କିଣି ନିଜେ ସେବନ କରିଥାନ୍ତି ଯେଉଁ ଦିନ ଫଳମୂଳ ନ ମିଳେ ସେହି ଦିନ ଭୋକ ଉପାସରେ ଦିନ କଟି ଥାଏ ,ଏଭଳି ମହତ କାର୍ଯ୍ୟ କରୁଥିବା ବାବା ଶ୍ରୀଯୁକ୍ତ ଜୟଲାଲ ମାଝୀ ଙ୍କୁ ସରକାର ଙ୍କତରଫରୁ କିଛି ଆଥିର୍କ ସହାୟତା କଲେ ତାଙ୍କ ଦ୍ବାରା ଅନେକ ଗରିବ ଲୋକମାନେ ଉପକୃତ ହୋଇପାରିବେଏଣୁ ସରକାର ଙ୍କୁ ଲୋକମାନେ ମଧ୍ୟ ବାବାଙ୍କୁ ସାହାଯ୍ୟ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି ।