-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
11-Nov-2024
ବିନିକା(ହିମାଂଶୁ ଶେଖର ପୁଟେଲ)ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବପୀଠ ଚରଦାରେ ପ୍ରତିବର୍ଷ କାର୍ତ୍ତିକ ମାସର ଶୁକ୍ଳପକ୍ଷ ଦଶମୀ ତିଥିରେ ଅନୁଷ୍ଟିତ ହୋଇଥାଏ କଲାସୀ ଯାତ୍ରା।ଏହା ଅଞ୍ଚଳ ପାଇଁ ବେଶ ପ୍ରସିଦ୍ଧ ।ଜିଲ୍ଲା ସଦର ମହକୁମାଠାରୁ ବିନିକା ରାସ୍ତାରେ ଆସିଲେ ପଡ଼ିବ ଫୁଲମୁଠି ଛକ ପୁଣି ଟିକେ ଆଗକୁ ଗଲେ ଚୌକିଯୋର ଛକ ।ସେଠାରୁ ପଶ୍ଚିମ ପଟକୁ ୨କିମି ଗଲା ପରେ ଐତିହାସିକ ଶୈବପୀଠ ଚରଦା ଗ୍ରାମ ।ବାବା କପିଳେଶ୍ୱର ଓ ମନ୍ଦିର ପରିସରରେ ଶୋଭା ପାଉଥିବା ମାଁ ଚରଦେଇଙ୍କ ଦର୍ଶନ ପାଇଁ ପ୍ରତିଦିନ
ଭକ୍ତଙ୍କ ଭିଡ଼ ଲାଗିଥାଏ।ବିଶେଷ କରି କାର୍ତ୍ତିକ ଦଶମୀ ତିଥିରେ ବାବା ଭୋଲାନାଥଙ୍କ ଯାତ୍ରା ଅନୁଷ୍ଠିତ ହେଉଥିବାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ।କିମ୍ବଦନ୍ତୀ ଅନୁସାରେ ରାଜା ଅନଙ୍ଗ ଭୀମଦେବ ଏହି କପିଳେଶ୍ୱର ମନ୍ଦିର ନିର୍ମାଣ କରିଥିଲେ । ସୋନପୁରର ସୁବର୍ଣ୍ଣମେରୁ ମନ୍ଦିର ଶୈଲୀ ସହ ଚରଦାର କପିଳେଶ୍ୱର ମନ୍ଦିରର ବହୁ ସାମଞ୍ଜସ୍ୟ ରହିଛି।ସୁବର୍ଣ୍ଣ ମେରୁ ମନ୍ଦିରରୁ ମିଳିଥିବା ଗଣେଶ ମୂର୍ତ୍ତିର ପୂର୍ଣ୍ଣ ସାମଞ୍ଜସ୍ୟ ରହିଥିବାରୁ ମନ୍ଦିର ଦୁଇଟି ସମକାଳୀନ ବୋଲି ବିଶ୍ୱାସ କରାଯାଏ।କପିଳେଶ୍ୱର ପୀଠରେ ଅଛି ଲୋକତନ୍ତ୍ର ର ପ୍ରସିଦ୍ଧ ଦେବୀ ମାଁ ଚରଦେଇ ପୀଠ ।ପ୍ରଥମେ ଚରଦାର ନାମ କପିଳେଶ୍ୱରଙ୍କ ନାମ ଅନୁସାରେ କପିଳେଶ୍ୱର ପୁର ଥିବା ଶୁନାଯାଏ।ପରେ ପାର୍ବତୀଙ୍କ ଚରଦାଇ ନାମରେ ଆବିର୍ଭାବ ପରେ ତାଙ୍କ ନାମାନୁସାରେ ଚରାଦା ହୋଇଥିବା ବୟୋବୃଦ୍ଧ ମାନଙ୍କ ଠାରୁ ଶୁଣିବାକୁ ମିଳେ।ଏହି କପିଳେଶ୍ୱର ପୀଠ ବିଭିନ୍ନ କାରୁକାର୍ଯ୍ୟରେ ପୂର୍ଣ୍ଣ ।କପିଳେଶ୍ୱର ମନ୍ଦିର ଶୀର୍ଷରେ ଅନନ୍ତଶାୟୀ ଭଗବାନ ବିଷ୍ଣୁ ଦ୍ଵାରପାଳ ଓ ଜୀବନ୍ତ ମନେ ହେଉଥିବା ବୃଷଭ ମୁହଁରେ ଦର୍ଶକଙ୍କ ଆଖି ଲାଖିରହେ ।ମନ୍ଦିର କାନ୍ଥରେ ବିଘ୍ନରାଜ ଗଣେଶ,ନଟରାଜ,ଅର୍ଦ୍ଧନାରୀଶ୍ୱର ମୂର୍ତ୍ତି ଖୁବ ରମଣୀୟ ।ଏହି ମନ୍ଦିର ଅଳ୍ପ ଦୂରରେ ଲତାଗୁଞ୍ଜ ମଧ୍ୟରେ ସାତଟି ବହୁ ଚର୍ଚ୍ଚିତ ଗାତ ଦେଖାଯାଏ।ଯାହାକି ଲୋକଙ୍କ ମୁଖରୁ ତାହା ଋଷିକୁଣ୍ଡ ନାମରେ ପରିଚିତ ।ଏହି ଗର୍ତର ବିଶେଶ୍ୱତ ଏହି ଯେ ସପ୍ତାହର ନିର୍ଦ୍ଧିଷ୍ଟ ତିଥିରେ ଏକ ନିର୍ଦ୍ଧିଷ୍ଟ ଗର୍ତ୍ତରେ ଜଳ ଦେଖା ଦେଲା ବେଳେ ଅନ୍ୟ ଗର୍ତ୍ତ ଗୁଡ଼ିକ ଶୁଷ୍କ ଥାଏ।ପୁଣି ମନ୍ଦିରରେ ନବଗ୍ରହଙ୍କ ଅଧିଷ୍ଠାତ୍ରୀ ଦେବୀଙ୍କ ତାନ୍ତ୍ରିକ ମନ୍ତ୍ର ଖୋଦିତ ହୋଇଥିବା । ଏ ଠାରେ ପ୍ରତିବର୍ଷ ଅନୁଷ୍ଟିତ ହୋଇ ଆସୁଥିବା କଳାସି ଯାତ୍ରାର ମୁଖ୍ୟ ଆକର୍ଷଣ ହେଉଛି ମାଁ ଚରଦେଇ ବରୁଆ(ବେଜି) ।ଏହି ଯାତ୍ରାର ପରମ୍ପରା ଅନୁଯାୟୀ ଆଖପାଖ ବିଭିନ୍ନ ଶକ୍ତିପୀଠର ଦେବା ଦେବୀ ମାନେ ଏଠାରେ ମିଳିତ ହୋଇଥାନ୍ତି । ଯାତ୍ରା ନିୟମ ଅନୁସାରେ କେତେକ ଭକ୍ତ ନିଜ ଶରୀରରେ ତନ୍ତ୍ର ଓ ମନ୍ତ୍ର ଉଚ୍ଚାରଣ କରି ବିଭିନ୍ନ ଦେବାଦେବୀଙ୍କୁ ଆବାହନ କରି ନିଜର ଦେହରେ ପ୍ରବେଶ କରାନ୍ତି । ଢୋଲ,ନିଶାଣର ତାଳେ ତାଲେ ବିଭିନ୍ନ ପ୍ରକାରର ଭଙ୍ଗିରେ ନୃତ୍ୟ କରି ଏକ ବିରାଟ ଶୋଭାଯାତ୍ରାରେ ଯାଇ କପିଳେଶ୍ୱର ମନ୍ଦିର ପଛପଟରେ ଥିବା ବାମ୍ପି(ପୋଖରୀ) ରୁ ପାଣି ଆଣି କୈଲାସି ମନ୍ଦିର(କୁଠୀ) କୁ ଯାଇ ଯଥାରିତ ପୂଜାର୍ଚ୍ଚନା କରାଯାଏ ।ପୁଣି ବରୁଆ ମାନଙ୍କୁ କାଳିସି ଲାଗେ ।
କଳାସୀ କୁଠୀ ସମ୍ଭୁଖରେ ଥିବା ଧର୍ମଖମ୍ବ ଉପରେ ମୁଖ୍ୟ ବରୁଆ ବିକଟାଳ ଶବ୍ଦ କରି ନାଚି ଉଠନ୍ତି । କଳାସି ଯାତ୍ରା କେବେଠୁ ଆରମ୍ଭ ହେଲା ତାର ନିର୍ଦ୍ଧିଷ୍ଟ ପ୍ରମାଣ ଯୋଗ୍ୟ ତଥ୍ୟ ନାହିଁ।କିନ୍ତୁ ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ କହିବା ଅନୁସାରେ ଏହା ପ୍ରାୟ ୫ଶହ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ପ୍ରକାଶ କରନ୍ତି ।ଏହି ଯାତ୍ରାରେ ଥନାପତି ସମ୍ପ୍ରଦାୟର ମୁଖ୍ୟ ପୁରୋଧା ସାଜି କେଉଁ ଆବାହନ କାଳରୁ ୪/୫ଜଣ ବ୍ୟକ୍ତି ବରୁଆ ବେଶରେ ସଜ୍ଜିତ ହୋଇ ନାଚିଥାନ୍ତି। ଦେବୀ ମାନେ ଏହି ଦିନ ମହାଦେବଙ୍କୁ ବରଣ କରିବାକୁ କୈଳାସ ଯାଇଥିବାରୁ ଯାତ୍ରାର ନାମ କଲାସି ହୋଇଛି ।ଏହି କପିଳେଶ୍ୱର ଶୈବପୀଠ ରାଜ୍ୟର ପ୍ରସିଦ୍ଧ ଶୈବପୀଠ ଭାବେ ପରିଚିତ ।ବିନିକା ସନ୍ନିକଟ ତାରାପୁର ଗଡରୁ ତାରାଦେଵୀଙ୍କୁ ଅଣାଯାଇ ଚରଦେଇ ନାମରେ ସ୍ଥାପନ କରାଗଲା । ସେହିଦିନ ଠାରୁ ଶିବ ଓ ଶକ୍ତିଙ୍କୁ ଉପାସନା କରାଯାଉଥିବା ଦେଖିବାକୁ ମିଳୁଛି ।ସମ୍ଭବତଃ ଏହାପରେ ଜଲାସି ଯାତ୍ରାର ଉପତ୍ତି ବୋଲି କେତେକ ଐତିହାସିକ ମତ ଦିଅନ୍ତି ।