-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||     

HOME   ଜିଲ୍ଲା

ପ୍ରସିଦ୍ଧ ଶୈବପୀଠ ଚରଦାରେ କଲାସି ଯାତ୍ରା(ଶ୍ରଦ୍ଧାଳୁ ଭକ୍ତଙ୍କ ଓଁ ନମଃ ଶିବାୟ ଧ୍ବନିରେ ମନ୍ଦିର ପ୍ରକମ୍ବିତ)

11-Nov-2024



ବିନିକା(ହିମାଂଶୁ ଶେଖର ପୁଟେଲ)ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବପୀଠ ଚରଦାରେ ପ୍ରତିବର୍ଷ କାର୍ତ୍ତିକ ମାସର ଶୁକ୍ଳପକ୍ଷ ଦଶମୀ ତିଥିରେ ଅନୁଷ୍ଟିତ ହୋଇଥାଏ କଲାସୀ ଯାତ୍ରା।ଏହା ଅଞ୍ଚଳ ପାଇଁ ବେଶ ପ୍ରସିଦ୍ଧ ।ଜିଲ୍ଲା ସଦର ମହକୁମାଠାରୁ ବିନିକା ରାସ୍ତାରେ ଆସିଲେ ପଡ଼ିବ ଫୁଲମୁଠି ଛକ ପୁଣି ଟିକେ ଆଗକୁ ଗଲେ ଚୌକିଯୋର ଛକ ।ସେଠାରୁ ପଶ୍ଚିମ ପଟକୁ ୨କିମି ଗଲା ପରେ  ଐତିହାସିକ ଶୈବପୀଠ ଚରଦା ଗ୍ରାମ ।ବାବା କପିଳେଶ୍ୱର ଓ ମନ୍ଦିର ପରିସରରେ ଶୋଭା ପାଉଥିବା ମାଁ ଚରଦେଇଙ୍କ ଦର୍ଶନ ପାଇଁ ପ୍ରତିଦିନ

ଭକ୍ତଙ୍କ ଭିଡ଼ ଲାଗିଥାଏ।ବିଶେଷ କରି କାର୍ତ୍ତିକ ଦଶମୀ ତିଥିରେ ବାବା ଭୋଲାନାଥଙ୍କ ଯାତ୍ରା ଅନୁଷ୍ଠିତ ହେଉଥିବାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ।କିମ୍ବଦନ୍ତୀ ଅନୁସାରେ ରାଜା ଅନଙ୍ଗ ଭୀମଦେବ ଏହି କପିଳେଶ୍ୱର ମନ୍ଦିର ନିର୍ମାଣ କରିଥିଲେ । ସୋନପୁରର ସୁବର୍ଣ୍ଣମେରୁ ମନ୍ଦିର ଶୈଲୀ ସହ ଚରଦାର କପିଳେଶ୍ୱର ମନ୍ଦିରର ବହୁ ସାମଞ୍ଜସ୍ୟ ରହିଛି।ସୁବର୍ଣ୍ଣ ମେରୁ ମନ୍ଦିରରୁ ମିଳିଥିବା ଗଣେଶ ମୂର୍ତ୍ତିର ପୂର୍ଣ୍ଣ ସାମଞ୍ଜସ୍ୟ ରହିଥିବାରୁ ମନ୍ଦିର ଦୁଇଟି ସମକାଳୀନ ବୋଲି ବିଶ୍ୱାସ କରାଯାଏ।କପିଳେଶ୍ୱର ପୀଠରେ ଅଛି ଲୋକତନ୍ତ୍ର ର ପ୍ରସିଦ୍ଧ ଦେବୀ ମାଁ ଚରଦେଇ ପୀଠ ।ପ୍ରଥମେ ଚରଦାର ନାମ କପିଳେଶ୍ୱରଙ୍କ ନାମ ଅନୁସାରେ କପିଳେଶ୍ୱର ପୁର ଥିବା ଶୁନାଯାଏ।ପରେ ପାର୍ବତୀଙ୍କ ଚରଦାଇ ନାମରେ ଆବିର୍ଭାବ ପରେ ତାଙ୍କ ନାମାନୁସାରେ ଚରାଦା ହୋଇଥିବା ବୟୋବୃଦ୍ଧ ମାନଙ୍କ ଠାରୁ ଶୁଣିବାକୁ ମିଳେ।ଏହି କପିଳେଶ୍ୱର ପୀଠ ବିଭିନ୍ନ କାରୁକାର୍ଯ୍ୟରେ ପୂର୍ଣ୍ଣ ।କପିଳେଶ୍ୱର ମନ୍ଦିର ଶୀର୍ଷରେ ଅନନ୍ତଶାୟୀ ଭଗବାନ ବିଷ୍ଣୁ ଦ୍ଵାରପାଳ ଓ ଜୀବନ୍ତ ମନେ ହେଉଥିବା ବୃଷଭ ମୁହଁରେ ଦର୍ଶକଙ୍କ ଆଖି ଲାଖିରହେ ।ମନ୍ଦିର କାନ୍ଥରେ ବିଘ୍ନରାଜ ଗଣେଶ,ନଟରାଜ,ଅର୍ଦ୍ଧନାରୀଶ୍ୱର ମୂର୍ତ୍ତି ଖୁବ ରମଣୀୟ ।ଏହି ମନ୍ଦିର ଅଳ୍ପ ଦୂରରେ ଲତାଗୁଞ୍ଜ ମଧ୍ୟରେ ସାତଟି ବହୁ ଚର୍ଚ୍ଚିତ ଗାତ ଦେଖାଯାଏ।ଯାହାକି ଲୋକଙ୍କ ମୁଖରୁ ତାହା ଋଷିକୁଣ୍ଡ ନାମରେ ପରିଚିତ ।ଏହି ଗର୍ତର ବିଶେଶ୍ୱତ ଏହି ଯେ ସପ୍ତାହର ନିର୍ଦ୍ଧିଷ୍ଟ ତିଥିରେ ଏକ ନିର୍ଦ୍ଧିଷ୍ଟ ଗର୍ତ୍ତରେ ଜଳ ଦେଖା ଦେଲା ବେଳେ ଅନ୍ୟ ଗର୍ତ୍ତ ଗୁଡ଼ିକ ଶୁଷ୍କ ଥାଏ।ପୁଣି ମନ୍ଦିରରେ ନବଗ୍ରହଙ୍କ ଅଧିଷ୍ଠାତ୍ରୀ ଦେବୀଙ୍କ ତାନ୍ତ୍ରିକ ମନ୍ତ୍ର ଖୋଦିତ ହୋଇଥିବା । ଏ ଠାରେ ପ୍ରତିବର୍ଷ ଅନୁଷ୍ଟିତ ହୋଇ ଆସୁଥିବା କଳାସି ଯାତ୍ରାର ମୁଖ୍ୟ ଆକର୍ଷଣ ହେଉଛି ମାଁ ଚରଦେଇ ବରୁଆ(ବେଜି) ।ଏହି ଯାତ୍ରାର ପରମ୍ପରା ଅନୁଯାୟୀ ଆଖପାଖ ବିଭିନ୍ନ ଶକ୍ତିପୀଠର ଦେବା ଦେବୀ ମାନେ ଏଠାରେ ମିଳିତ ହୋଇଥାନ୍ତି । ଯାତ୍ରା ନିୟମ ଅନୁସାରେ କେତେକ ଭକ୍ତ ନିଜ ଶରୀରରେ ତନ୍ତ୍ର ଓ ମନ୍ତ୍ର ଉଚ୍ଚାରଣ କରି ବିଭିନ୍ନ ଦେବାଦେବୀଙ୍କୁ ଆବାହନ କରି ନିଜର ଦେହରେ ପ୍ରବେଶ କରାନ୍ତି । ଢୋଲ,ନିଶାଣର ତାଳେ ତାଲେ ବିଭିନ୍ନ ପ୍ରକାରର ଭଙ୍ଗିରେ ନୃତ୍ୟ କରି ଏକ ବିରାଟ ଶୋଭାଯାତ୍ରାରେ ଯାଇ କପିଳେଶ୍ୱର ମନ୍ଦିର ପଛପଟରେ ଥିବା ବାମ୍ପି(ପୋଖରୀ) ରୁ ପାଣି ଆଣି କୈଲାସି ମନ୍ଦିର(କୁଠୀ) କୁ ଯାଇ ଯଥାରିତ ପୂଜାର୍ଚ୍ଚନା କରାଯାଏ ।ପୁଣି ବରୁଆ ମାନଙ୍କୁ କାଳିସି ଲାଗେ ।

କଳାସୀ କୁଠୀ ସମ୍ଭୁଖରେ ଥିବା ଧର୍ମଖମ୍ବ ଉପରେ ମୁଖ୍ୟ ବରୁଆ ବିକଟାଳ ଶବ୍ଦ କରି ନାଚି ଉଠନ୍ତି । କଳାସି ଯାତ୍ରା କେବେଠୁ ଆରମ୍ଭ ହେଲା ତାର ନିର୍ଦ୍ଧିଷ୍ଟ ପ୍ରମାଣ ଯୋଗ୍ୟ ତଥ୍ୟ ନାହିଁ।କିନ୍ତୁ ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ କହିବା ଅନୁସାରେ ଏହା ପ୍ରାୟ ୫ଶହ ବର୍ଷ  ପୂର୍ବେ ଆରମ୍ଭ ହୋଇଥିବା ପ୍ରକାଶ କରନ୍ତି ।ଏହି ଯାତ୍ରାରେ ଥନାପତି ସମ୍ପ୍ରଦାୟର ମୁଖ୍ୟ ପୁରୋଧା ସାଜି କେଉଁ ଆବାହନ  କାଳରୁ ୪/୫ଜଣ ବ୍ୟକ୍ତି ବରୁଆ ବେଶରେ ସଜ୍ଜିତ ହୋଇ ନାଚିଥାନ୍ତି। ଦେବୀ ମାନେ ଏହି ଦିନ ମହାଦେବଙ୍କୁ ବରଣ କରିବାକୁ କୈଳାସ ଯାଇଥିବାରୁ ଯାତ୍ରାର ନାମ କଲାସି ହୋଇଛି ।ଏହି କପିଳେଶ୍ୱର ଶୈବପୀଠ ରାଜ୍ୟର ପ୍ରସିଦ୍ଧ ଶୈବପୀଠ ଭାବେ ପରିଚିତ ।ବିନିକା ସନ୍ନିକଟ ତାରାପୁର ଗଡରୁ ତାରାଦେଵୀଙ୍କୁ ଅଣାଯାଇ ଚରଦେଇ ନାମରେ ସ୍ଥାପନ କରାଗଲା । ସେହିଦିନ ଠାରୁ ଶିବ ଓ ଶକ୍ତିଙ୍କୁ ଉପାସନା କରାଯାଉଥିବା ଦେଖିବାକୁ ମିଳୁଛି ।ସମ୍ଭବତଃ ଏହାପରେ ଜଲାସି ଯାତ୍ରାର ଉପତ୍ତି ବୋଲି କେତେକ ଐତିହାସିକ ମତ ଦିଅନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026

You Might Also Like