-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
10-Nov-2024
ତୁରେକେଲା (କୈଳାସ ସଗ୍ରିଆ) ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବଡବାଙ୍କି ଗ୍ରାମପଞ୍ଚାୟତ ଅନ୍ତର୍ଗତ ସାନବାଙ୍କି ଗାଁ ର ନିଃସହାୟ ନିରିହ ବିଧବା ମହିଳା ଧରିତ୍ରୀ ସୁନା ଅଟେ। ନିଜ ସ୍ବାମୀ ପ୍ରାୟ ଦଶ ବର୍ଷ ହେବ ହାଇଦେରାବାଦ୍ ରେ ମୃତ୍ୟୁବରଣ କରିଥିବା କହିଛନ୍ତି।ଧରିତ୍ରୀ ଦୈନିକ କୁଲି ମଜୁରି କରି ନିଜ ଗୋଟିଏ ବୋଲି ଶିଶୁ ପୁତ୍ରକୁ ଏକ ଆଶ୍ରମ ସ୍କୁଲରେ ଷଷ୍ଠ ଶ୍ରେଣୀରେ ପଢ଼ାଉଥିବା ଜଣାଇଛନ୍ତି। ଧରତ୍ରୀ ନିଜେ ଜରି ପୋଲିଥିନ୍ ଢଙ୍କା ଚାଲ କୁଡ଼ିଆରେ ଦିନ ବିତାଉ ଥିବା ଜଣାପଡିଛି। ଏନେଇ ପ୍ରଧାନମନ୍ତ୍ରୀ ଆବାସ ଗୃହ ଖଣ୍ଡିକ ପାଇବା ନିମନ୍ତେ ଅନେକ ଥର ସରପଞ୍ଚ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ଲିଖିତଆକାରେ ଜଣାଇବା ସତ୍ତ୍ୱେ ଏଯାଏଁ ଆବାସ ଗୃହ ପାଇବାରେ ବଞ୍ଚିତ।ଏପଟେ ସରକାର ଙ୍କ ନିୟମ ମୁତାବକ ଅନ୍ତୋଦୟ ପଡିପତ୍ର ପାଇବା ପରିବର୍ତ୍ତେ ପିଏଚ୍ ଏଚ୍ ପଡ଼ି ପତ୍ର ପାଇ ମାସକୁ ପାଞ୍ଚ କିଲୋଗ୍ରାମ ଚାଉଳ ପାଉଥିବା କହିଛି। ଏଭଳି ନିଃସହାୟ ନିରିହ ବିଧବା କୁ ନିଶ୍ଚିତ ଭାବେ ସରକାର ଏକ ଆବାସ ଗୃହ ଯୋଗାଇ ଦିଆଯିବା କଥା ବୋଲି ଗାଁ ଲୋକେ ଅଭିଯୋଗ ଜଣାଇଛନ୍ତି ।