-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
07-Jan-2021
ପାଟନାଗଡ଼, (ପ୍ରେରଣା ଖବର ବ୍ୟୁରୋ) - ପୁଣି ଅଡୁଆରେ ପାଟଣାଗଡ ବିଧାୟକ ସରୋଜ ମେହେର l ଆଜି ଲାଇଭ ଲାଇନ୍ ପାଖରେ ବିଧାୟକଙ୍କ ମାଲିକାନାରେ ଥିବା ୩ ମହଲା କୋଠା ନିର୍ମାଣ କାମରେ ନିୟୋଜିତ ଥିବା ବେଳେ, ବିଦ୍ୟୁତ ସଂସ୍ପର୍ଶ ରେ ଆସି ଡିଙ୍ଗର ବରିହା ନାମକ ଜଣେ ଆଦିବାସୀ ଶ୍ରମିକର ମୃତ୍ୟୁ ହୋଇଥିବା ଘଟନା ପାଟଣାଗଡ଼ ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି କରିଛି l ବିଧାୟକଙ୍କ ପ୍ରରୋଚନାରେ ହିଁ ଏହି ଶ୍ରମିକ ଜଣକ ଏପରି ବିପଦସଙ୍କୁଳ ଅବସ୍ଥାରେ କମ କରିଥିବା ଲୋକେ ଅଭିଯୋଗ କରିଛନ୍ତି l ପୁଣି ନିର୍ମାଣାଧୀନ ଏହି କୋଠା ର ଏନ୍ ଏ ସି ରୁ ଟାଉନ ପ୍ଲାନିଂ ପର୍ମିସନ୍ ଏପରିକି wesco ରୁ ଇଲେକ୍ଟ୍ରିକାଲ୍ ପର୍ମିସନ୍ ମଧ୍ୟ ନଥିବା ଅନୁସନ୍ଧାନରୁ ଜଣl ପଡିଛି l ଅନ୍ୟପକ୍ଷରେ ପାଟଣାଗଡ଼ର ବିଜେଡି ବିଧାୟକ ସରୋଜ ମେହେରଙ୍କ ଗିରଫ ଦାବୀ କରିଛି ଆଦିବାସୀ ସଂଘ l ମୃତ ଶ୍ରମିକର ପରିବାର କୁ ପଚାଶ ଲକ୍ଷ ଟଙ୍କା କ୍ଷତିପୂରଣ ଦାବୀ କରିଛି ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ l