-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
07-Jan-2021
କଳାହାଣ୍ଡି,କୋକସରା(ତ୍ରିନାଥ ବେଶ୍ର।):
ବୁଧବାର ସନ୍ଧ୍ୟାରେ କଳାହାଣ୍ଡି ଜିଲ୍ଲା ଜାତୀୟ ରାଜପଥ ୨୬ ଜୁନାଗଡ଼ ବ୍ଲକ ସନ୍ୟାସୀ କୁଣ୍ଡାମାଲ ଛକ ନିକଟରେ ଜୁନାଗଡ଼ ପଟୁ ଦ୍ରୁତଗତିରେ ଯାଉଥିବା ଟ୍ରାକ୍ଟର ଓ ବିପରୀତ ଦିଗରୁ ଆସୁଥିବା ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ବାଇକ ରେ ଥିବା କୋକସରା ଥାନା ଝାର କୁଣ୍ଡାମାଲ ଗ୍ରାମର କାକା ପୁତୁରା ଟିକେମଣି ଶବର ଓ ଜଗବନ୍ଧୁ ଶବରଙ୍କ ଦୁର୍ଘଟଣାରେ ଶୋଚନୀୟ ଭାବେ ମୃତ୍ୟୁ ହୋଇଥିବା ଜଣାପଡିଛି। ତେବେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜୁନାଗଡ଼ ହସ୍ପିଟାଲରେ ଜଣକ ମୃତ୍ୟୁ ଘଟିଛି। ଦୁର୍ଘଟଣା କରିଥିବା ଟ୍ରାକ୍ଟର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି l ଜୁନାଗଡ଼ ପୋଲିସ ପହଞ୍ଚି ମୃତକଙ୍କ ଶବକୁ ଜୁନାଗଡ଼ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଥିବା ନେଇ ସୂଚନା ମିଳିଛି l